ପଢ଼ାଇବା ବଦଳରେ ଗୁଣ୍ଡାଗିରି କରୁଛନ୍ତି ଶିକ୍ଷକ ||

ପଢ଼ାଇବା ବଦଳରେ ଗୁଣ୍ଡାଗିରି କରୁଛନ୍ତି ଶିକ୍ଷକ ||

ଫୋକସ ପ୍ଲସ 6/1/2023(ବାଲିଗୁଡ଼ା): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତର ଗୁତୁମିଲା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ଯାହାକି ସ୍କୁଲ ଛାଡ଼ି ବାହାରେ ବୁଲୁଛନ୍ତି ଜଣେ ଶିକ୍ଷକ ଯାହାକି ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ଦେଖିବାକୁ ମିଳିଛି । ଜଣେ ଶିକ୍ଷକ ସ୍କୁଲ ସମୟରେ ଶ୍ରେଣୀଗୃହରେ ନାହାନ୍ତି ।ବାହାରେ ବିଲମାଳରେ ବୁଲୁଛନ୍ତି କୁନି କୁନି ଛାତ୍ରଛାତ୍ରୀ ।ସୂଚନା ଅନୁସାରେ ପଛୁଆ ବର୍ଗର ଲୋକ ରହୁଥିବା ଗୁତୁମିଲା ଗ୍ରାମରେ ଏକ ପ୍ରାଥମିକ ସ୍କୁଲ ରହିଛି ।ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇ ଜଣ ସାମ୍ବାଦିକ ସେହି ଗାଁ ଦେଇ ଯାଉଥିବାବେଳେ ସ୍କୁଲର ସମସ୍ତ ପିଲା ଏଣେତେଣେ ବୁଲୁଥିବା ଦେଖିବାକୁ ପାଇଥିଲେ । ଏହି ବିଷୟରେ ଶିକ୍ଷକଙ୍କୁ ଜଣାଇବା ପାଇଁ ସ୍କୁଲକୁ ଯାଇଥିଲେ । ତେବେ ସେହି ସମୟରେ ସ୍କୁଲରେ ଜଣେ ମଧ୍ୟ ଶିକ୍ଷକ ନଥିଲେ। ଜଣେ ମାତ୍ର ଶିକ୍ଷକ ସ୍କୁଲରେ ପହଞ୍ଚିବାର କିଛି ସମୟ ପରେ କେଉଁ ଆଡ଼େ ଯାଇଥିଲେ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ବୋଲି ବାହାରେ ବୁଲୁଥିବା ପିଲାମାନେ କହିଥିଲେ।ଏହା ଏକ ସମ୍ବେଦନଶୀଳ ବିଷୟ ହୋଇ ଥିବାରୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପାଇଁ ସାମ୍ବାଦିକ ଦୁଇ ଜଣ ସ୍କୁଲର କିଛି ଫଠୋ ଉଠାଇ ଥିଲେ । ହେଲେ ଏହି ସମୟରେ ଗୁତୁମିଲାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଲାଞ୍ଜାମ ଗାଁରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ସେହି ରାସ୍ତା ଦେଇ ଯାଉଥିଲେ ।ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜଗବନ୍ଧ ନାୟକ ମଧ୍ୟ ସ୍କୁଲ ସମୟରେ ପିଲାମାନଙ୍କୁ ଏକୁଟିଆ ଛାଡ଼ି ବାହାରେ ବୁଲୁଥିଲେ ।ତେଣୁ ଦୁର୍ନୀତି ଖୋରକୁ ଆଉ ଜଣେ ଦୁର୍ନୀତି ଖୋର ସମର୍ଥନ କରିବା ଭଳି ଜଗବନ୍ଧୁ ନାୟକ ଦୁଇ କାର୍ଯ୍ୟରତ ସମ୍ବାଦିକଙ୍କ ଉପରେ ରାଗି ପଞ୍ଚମ ହୋଇଯାଇଥିଲେ। ନିଜ ତଥା ଗୁତୁମିଲା ସ୍କୁଲ ଶିକ୍ଷକଙ୍କ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। କଟୁରୀରେ ହାଣି ମାରିଦେବାକୁ କହିଥିଲେ l ଶିକ୍ଷକ ବେଶରେ ଥିବା ଗୁଣ୍ଡା ଜଗବନ୍ଧୁ ନାୟକ ଦେଉଥିବା ଧମକ। ଶିକ୍ଷକଙ୍କ ଏଭଳି ଆଚରଣକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ଦୁଇ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୋଟଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେହିଭଳି ଆକ୍ରମଣକାରୀ ଶିକ୍ଷକଙ୍କ ନାଁରେ କୋଟଗଡ଼ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଶିକ୍ଷକ ଜଗବନ୍ଧୁ ନାୟକଙ୍କ ଅଭଳି କାରନାମାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Related post

Leave a Reply

Your email address will not be published. Required fields are marked *