ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ||

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ||

ଫୋକସ ପ୍ଲସ 11/1/2023(ମୟୂରଭଞ୍ଜ):ମୟୂରଭଞ୍ଜ ବାବନଘାଟୀ ଉପଖଣ୍ଡ ଜାମଦା ବ୍ଲକର ଚାନ୍ଦିଖମଣର ସ୍କୁଲ ଘର ଅତି ନିମ୍ନମାନର ହୋଇଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ସୁଚନା ଅନୁଯାଇ ସରକାରଙ୍କ ତରଫରୁ ସ୍କୁଲ ଘର ତିଆରୀ ପାଇଁ OMB ADCରୁ 30ଲକ୍ଷ21.ହଜାର ଟଙ୍କା ଅନୁଦାନ ଆସିଥିଲା କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ମହାପାତ୍ରଙ୍କୁ ଏହି କାମ ଦିଆଯାଇଥିଲା କିନ୍ତୁ ରଞ୍ଜନ ପରାମାଣିକ ଠିକାଦାରଙ୍କୁ କାମଟି ହସ୍ତାନ୍ତର କରି ଯନ୍ତ୍ରୀମହାଶୟ ଦିନେ ହେଲେ ସ୍କୁଲ ଘରକୁ ତଦାରଖ କଲେ ନାହିଁ। ଦୁଃଖର ବିଶୟ ଠିକାଦାର ମହାଶୟ ଘରର ଇଟା ଯୋଡେଇ ଅଙ୍କା ବଙ୍କା ଯେତେ ଗୁଡାକ ପିଲର ଅଙ୍କା ବଙ୍କା ବର୍ତ୍ତମାନରୁ ପାଂଟ ସୃଷ୍ଟି ହେବାରୁ ଯନ୍ତ୍ରୀ ମହାଶୟଙ୍କୁ କହିବା ସତ୍ତ୍ୱେ କର୍ଣ୍ଣପାତ କଲେ ନାହିଁ। ଯନ୍ତ୍ରୀ ମହାଶୟ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକାରେ ସ୍କୁଲ ଘରକୁ ନିମ୍ନମାନର କରି ସରକାରଙ୍କ ଟଙ୍କାକୁ ଲୁଟ କରିବା ଘଟଣା ଗ୍ରାମର ଲୋକ ଉତକ୍ତ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଏହି ସ୍କୁଲ ଘରକୁ ଭାଙ୍ଗିପୁନ ନିର୍ମାଣ କରାନଯାଏ କୁନି କୁନି ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ଭଗବାନ ଭରଷା ଏଣୁ ଗ୍ରାମବାସୀ ସରକାର ଓ 5T ସଚିବଙ୍କୁ ଅନୁରୋଧ କରିଛନ୍ତି। ଯଥା ଶୀଘ୍ର ସ୍କୁଲ ଘରକୁ ଯାଞ୍ଚ କରି ପୁନର୍ବାର ଭଲଭାବରେ ତିଆରି କଲେ ଗ୍ରାମବାସୀ ଉପକୃତ ହେବେ।

Related post

Leave a Reply

Your email address will not be published. Required fields are marked *