ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ, କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ?

ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ, କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ?

ଫୋକସ ପ୍ଲସ 11/01/23(ବ୍ୟୁରୋ): ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ହେଉଛି ଉଦଘାଟନୀ ଉତ୍ସବ । କମ୍ପୁଛି ଏବେ କଟକ ସହର । ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଉଦଘାଟନୀ ଉତ୍ସବ । ଆଜିର ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ହାପ-ଡେ ଛୁଟି ଘୋଷଣା କରାଯରାଇଛି ।ଅପରାହ୍ନ ୨ଟା ପରେ ସମସ୍ତ କର୍ମଚାରୀଙ୍କ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଆଜିର ଏହି ଉଦ୍‌ଘାଟନୀ ଉତ୍ସବ ପାଇଁ କଟକର ସମସ୍ତ ସ୍କୁଲ କଲେଜକୁ ମଧ୍ୟ ଅଧାରୁ ବନ୍ଦ କରି ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବେ ବୋଲି ଜଣାଯାଇଛି । ଆଜି ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ ଉଦଘାଟନ କରିବା ନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ।ଏପଟେ ପଡୁଛି ଉଠୁଛି କଟକ ସହର । ଚମକୁଛି ବାରବାଟୀ । ଉଦଘାଟନୀ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଅପରାହ୍ନ ୩ଟାରୁ ଆରମ୍ଭ ହେବାକୁ ଯାଉଛି କାର୍ଯ୍ୟକ୍ରମ । watch.hockey.com ,ୟୁଟ୍ୟୁବ ଚାନେଲ , ସ୍ପୋର୍ଟସ ଓଡ଼ିଶା , ଡିଡି ସ୍ପୋର୍ଟସ ଏବଂ ରେ ପ୍ରସାରଣ କରାଯିବ । ଆଜିର ଉଦଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରନଭିର ସିଂହ, ଦିଶା ପଟାନୀ । ଏହାବ୍ୟତୀତ ଓଡ଼ିଶାର କେ-ପପ୍ ବ୍ୟାଣ୍ଡ ବ୍ଲାକସ୍ୱାଙ୍ଗର ଶ୍ରୀୟା ଲେଙ୍କା ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ ।
ତେବେ କ’ଣ ରହିଛି ଆଜିର କାର୍ଯ୍ୟକ୍ରମ ।
ଅପରାହ୍ନ ୩ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆରମ୍ଭରୁ ରହିଛି ଡିଜେ । ୩ଟା ୫୦ରେ ରହିଛି ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ଦ୍ୱାରା ଆଦିବାସୀ ଚିତ୍ର କଳା ପ୍ରଦର୍ଶନୀ । ୪ଟାରେ ରହିଛି ସ୍ନିତି ମିଶ୍ରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ । ୪ଟା ୨୫ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପରିବେଷଣ କରିବେ ନୃତ୍ୟ ।

୪,୩୫-ରାପର ବିଗ ଡିଲଙ୍କ ସଙ୍ଗୀତ ପରିବେଷଣ

୪.୪୫-ରିଜୁରାଜ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ

୫.୧୦-ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ନୃତ୍ୟ କାର୍ଯ୍ୟକ୍ରମ

୫.୨୦-ଲିସା ମିଶ୍ରଙ୍କ ସଙ୍ଗୀତ ପରିବେଷଣ

୬.୦୦-ଭବ୍ୟ ସ୍ୱାଗତ ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା

୬.୧୫-ହକି ବିଶ୍ୱକପ ସଙ୍ଗୀତ ପରିବେଷଣ ଓ ଜାଇଲୋବ୍ୟାଣ୍ଡ ପ୍ରଦର୍ଶନ

୬.୨୦-ସମ୍ମାନିତ ଅତିଥିଙ୍କ ଦ୍ୱାରା ଭାଷଣ ଓ ଆତସବାଜୀ ସୋ

୬.୩ ୧-ବ୍ଲାକସ୍ୱାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *