ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :3ମୃତ 5 ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :3ମୃତ 5 ଆହତ

ଫୋକସ ପ୍ଲସ ୨୮/୧/୨୩(କେନ୍ଦୁଝର):କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ସକାଳେ ଏକ ଅଟୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ସମସ୍ତେ କେନ୍ଦୁଝର ଜିଲ୍ଲାର ସାନକମଣ୍ଡର ଗାଁର ବୋଲି ଜଣାଯାଇଛି।ଆଜି ସକାଳେ ୭ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ସାନକମଣ୍ଡରକୁ ଫେରୁଥିଲେ । ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସହ ଅଟୋର ମୁହାଁ ମୁହିଁ ଧକ୍କା ହୋଇଥିଲା ଏବଂ ଘଟଣାସ୍ଥାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related post

ଅତ୍ୟଧିକ ଡିହାଇଡ୍ରେସନ୍: ପ୍ରଚୁର ଜଳର ଅଭାବ ହେଲେ ଆପଣଙ୍କ ଶରୀର ଭିତରେ କ’ଣ ହୁଏ?

ଅତ୍ୟଧିକ ଡିହାଇଡ୍ରେସନ୍: ପ୍ରଚୁର ଜଳର ଅଭାବ ହେଲେ ଆପଣଙ୍କ ଶରୀର ଭିତରେ…

ଫୋକସପ୍ଲସ 21/05/2023(ବ୍ୟୁରୋ) :ଭାରତରେ ଉତ୍ତାପ ତରଙ୍ଗ: ଦେଶର ଅନେକ ରାଜ୍ୟରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗରମ ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ଉତ୍ତାପ ଆମର ସାମଗ୍ରିକ ସ୍ୱାସ୍ଥ୍ୟ…
ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର କରିବେ |

ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର…

ଫୋକସପ୍ଲସ 21/05/2023(ବ୍ୟୁରୋ) :ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର କରିବେ | ଯେହେତୁ ଆମେ ସମସ୍ତେ ଜାଣୁ, ଲୁଣ ହେଉଛି ଏକ ସ୍ୱାଦ…
ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି?

ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି?

ଫୋକସପ୍ଲସ 20/05/2023(ବ୍ୟୁରୋ) : ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି? ସଲଫୋରାଫେନ୍ ହେଉଛି ଏକ ପ୍ରାକୃତିକ ଉଦ୍ଭିଦ ଯୌଗିକ ଯାହାକି ବ୍ରୋକୋଲି ଏବଂ ଅନ୍ୟାନ୍ୟ କ୍ରୁସିଫେରସ୍ ପନିପରିବାରେ…

Leave a Reply

Your email address will not be published. Required fields are marked *