ଫ୍ୟାନଙ୍କ ଉପରେ କାହିଁକି ରାଗିଗଲେ ରଣବୀର

ଫ୍ୟାନଙ୍କ ଉପରେ କାହିଁକି ରାଗିଗଲେ ରଣବୀର

ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ):ରାଗିଗଲେ ଅଭିନେତା ରଣବୀର କପୁର। ରାଗରେ ଭୁଲଗଲେ ହିତାହିତ ଜ୍ଞାନ। ଫଟୋ ଉଠାଉଥିବା ଫ୍ୟାନ୍‌ଙ୍କ ପ୍ରତି କଲେ ଦୁର୍ବ୍ୟବହାର। ଫ୍ୟାନ୍‌ଙ୍କ ମୋବାଇଲ୍‌ ଛଡାଇ ଫିଙ୍ଗି ଦେଲେ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋମାଣ୍ଟିକ ଷ୍ଟାର୍‌ରୁ ସାଜିଲେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌। ଜଣେ ପ୍ରଶଂସକ ଗତକାଲି ରଣବୀର କପୁରଙ୍କ ସହ ବାରମ୍ବାର ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ। ବାସ୍‌ ଏତିକିରେ ରାଗିଯାଇଥିଲେ କପୁର ଖାନଦାନର ଲାଡଲା । ସେ ଉକ୍ତ ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇଥିଲେ କିନ୍ତୁ ପରେ ତାଙ୍କ ମୋବାଇଲ ଛଡାଇ ଆଣି ଫିଙ୍ଗି ଦେଇଥିଲେ। ଏହି ସମସ୍ତ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା।ସୋଶାଲ ମିଡିଆରେ ରଣବୀରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଭିନ୍ନ ଭିନ୍ନ କମେଣ୍ଟ ସାମ୍ନାକୁ ଆସିଛି। ଜଣେ ୟୁଜର୍ସ କମେଣ୍ଟ କରି ରଣବୀରଙ୍କୁ ଅତ୍ୟନ୍ତ ଖରାପ କହିବା ସହ ପ୍ରଶଂସକଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ଜାଣିନାହିଁ ବୋଲି କହିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏହି ଭିଡିଓକୁ ବିଜ୍ଞାପନର ଅଂଶ ବୋଲି କହୁଛନ୍ତି। ରଣବୀର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଆନିମଲ୍‌’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଥିବା ବେଳେ ପ୍ରଥମ କରି ତାଙ୍କ ଅପୋଜିଟ୍‌ରେ ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନାଙ୍କୁ ଦେଖିବାକୁ ମିଳିବ।

Related post

Leave a Reply

Your email address will not be published. Required fields are marked *