ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଫୋକସ ପ୍ଲସ ୨୮/୧/୨୩(ବରଗଡ଼): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ‌ ଜଗନ୍ନାଥ ମନ୍ଦିର ଠାରୁ ଗୋକୁଳମୁଣ୍ଡା ହାଟ ପଦା ପର୍ଯନ୍ତ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଭା ଯାତ୍ରା ଅନୁଷ୍ଠିତ ହୋଇଥିଲା l ଉତ୍କଳ ଆଲୁମିନା କମ୍ପାନୀ ଅଧିକାରୀ ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ଏହି ସଭା ଯାତ୍ରା ବାହାରିଥିଲା। ଏହି ସଡ଼କ ସୁରକ୍ଷା ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ ହେଲା‌ ସବୁ ସମୟରେ କାଶିପୁର ବ୍ଲକରେ ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହୋଉଛି। ଏହାକୁ ନେଇ ଉତ୍କଳ ଆଲୁମିନା କମ୍ପାନୀ ସହ ଟିକିରି ,ଦୋରାଗୁଡା ପୋଲିସ ପକ୍ଷରୁ ରାସ୍ତାରେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ପିନ୍ଧିବା ପାଇଁ କହିବା ସହ ଲିପ୍ଲେଟ ଦେଇ ସଚେତନ କରୁଥିଲେ ଉତ୍କଳ ଆଲୁମିନାର ସସର ବିଭାଗର ଜିଏମ ଡ଼. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସହ ଟିକିରି ଥାନା ଅଧିକାରିଣୀ ବିଜୟୀ ଲକ୍ଷ୍ମୀ ହିକକା ଏବଂ ଦୋରାଗୁଡା ଥାନା ଅଧିକାରୀ ଦେବଦତ ମଲ୍ଲିକ lଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଏଥିସହିତ ଉତ୍କଳ ଆଲୁମିନାର CSR ବିଭାଗର ତନମୟ ମହାନ୍ତି, ମହୁସୁମୀ ଦାସ ସହ ଟିକିରି ମାର୍କେଟର ସଭାପତି ମୋନଜ ବେହେରା, ସମାଜ ସେବୀ ହରପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *