ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଲା ନିଆଁ ,୨ ଗୁରୁତର

ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଲା ନିଆଁ ,୨ ଗୁରୁତର

ଫୋକସ ପ୍ଲସ ୩୧/୧/୨୩(କଟକ): କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୨ଜଣ ଆହତ ହୋଇଛନ୍ତି। ସେମାନେ କର୍ମଚାରୀ ନା ସାଧାରଣ ଲୋକ ଜଣାପଡ଼ିନାହିଁ। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।ବ୍ୟବସାୟ ପ୍ରତିଷ୍ଠାନ ଭିତରେ ଆଉ କେହି ଫଶି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନରେ ଥିବା ଗାଡ଼ି ମଧ୍ୟ ନିଆଁରେ ଲାଗି ଜଳି ଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Related post

ନାଁ ବାଳିକା ପ୍ରେମିକାକୁ ବାହା ନ ହୋଇପାରି ଚମ୍ପଟ ମାରିଲା ପ୍ରେମିକ |

ନାଁ ବାଳିକା ପ୍ରେମିକାକୁ ବାହା ନ ହୋଇପାରି ଚମ୍ପଟ ମାରିଲା ପ୍ରେମିକ…

ଫୋକସ ପ୍ଲସ ୨୧/୧/୨୩(କଟକ): ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ |ଗତ କାଲି ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଅସୁରେଶ୍ୱର ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରେ ନାଁ…
ବେଆଇନ କଫସିରପ  ଜବତ |

ବେଆଇନ କଫସିରପ ଜବତ |

ଫୋକସ ପ୍ଲସ୧୮/୧/୨୩(କଟକସଦର):ସରକାର ବେନ୍ୟା କରିଥିବା ଲକ୍ଷାଧିକ ଟଙ୍କାର କଫସିରପ ଜବତ।କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ଖରାଖିଆ ନିକଟରୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ।ଯାହାର ଆନୁମାନିକ ମୂଲ୍ୟ…
ବିଦେଶୀ ପକ୍ଷୀଙ୍କ ମୃତୁର କାରଣ ଅସ୍ପଷ୍ଟ ||

ବିଦେଶୀ ପକ୍ଷୀଙ୍କ ମୃତୁର କାରଣ ଅସ୍ପଷ୍ଟ ||

ଫୋକସ ପ୍ଲସ 17/12/2022(ବାଙ୍କୀ): ବାଙ୍କୀ ଭଗିପୁର ବନଖଣ୍ଡ ଅଧିନସ୍ତ ବାଆଁରା ନୁଆସାହି ଠାରେ ସନ୍ଧ୍ୟ ସମୟରେ ଦେଖିବାକୁ ମିଳିଛି ବିଦେଶଗତ ପକ୍ଷୀ ମଢ଼କ l ୧୪ ଉର୍ଦ୍ଧ ମୃତ…

Leave a Reply

Your email address will not be published. Required fields are marked *