ଆରମ୍ଭ ହେଲା କେନ୍ଦ୍ରୀୟ ବଜେଟ୍ ଅଧିବେଶନ

ଆରମ୍ଭ ହେଲା କେନ୍ଦ୍ରୀୟ ବଜେଟ୍ ଅଧିବେଶନ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ): ଆରମ୍ଭ ହେଲା କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହୋଇଛି ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ।ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ। ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଉପସ୍ଥାପିତ ହେବ ଅର୍ଥନୈତିିକ ସର୍ଭେ ରିପୋର୍ଟ । ବିଶ୍ୱ ଓ ଭାରତର ଅର୍ଥନୀତକୁ ନେଇ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ କରାଯିବ ।ଏଥର ବଜେଟ୍ ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ।ଅଧିବେଶନର ପ୍ରଥମ ୨ ଦିନ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଏଣୁ ଏଥିଲାଗି ଉଭୟ ଶାସକ ଓ ବିରୋଧି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି।ଅଧିବେଶନ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମଝିରେ ବଜେଟ ପେପର ଯାଞ୍ଚ ଲାଗି ମାସେ ସମୟ ଅବକାଶ ରହିବ । ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଓ ରାଜ୍ୟସଭାରେ ବିବୃତି ରଖିବେ ।

Related post

Leave a Reply

Your email address will not be published. Required fields are marked *