ଆଜି ‘ଲ’ ପରୀକ୍ଷା ଦେବେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ

ଆଜି ‘ଲ’ ପରୀକ୍ଷା ଦେବେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ): ଆଜି ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ । ଝାରପଡ଼ା ଜେଲ୍‌ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍‌ ମାନୁଆଲ ଅନୁଯାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।କ୍ୟାପିଟାଲ ‘ଲ’ କଲେଜରେ ଇଣ୍ଟିଗ୍ରେଟେଡ ‘ଲ’ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ ଅର୍ଚ୍ଚନା । ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ। ଆଜିଠୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷା ଦେବା ପାଇଁ କୋର୍ଟ ଅନୁମତି ଦେଇଥିଲେ।ଅର୍ଚ୍ଚନା ନାଗ କ୍ୟାପିଟାଲ ‘ଲ’ କଲେଜରେ ୫ ବର୍ଷୀୟା ଆଇନ ପାଠ୍ୟକ୍ରମ ପଢୁଛନ୍ତି । ସେ ଇଣ୍ଟିଗ୍ରେଟେଡ ‘ଲ’ ଚତୁର୍ଥ ବର୍ଷର ଛାତ୍ରୀ। ଏବେ ଅର୍ଚ୍ଚନା ନାଗ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ନିୟମ ଅନୁଯାୟୀ ପରୀକ୍ଷା ଦେବେ । ଅର୍ଚ୍ଚନା ଆଇନ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଜେଏମଏଫସି-୫କୁ ଓକିଲ ମାଧ୍ୟମରେ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କ ଓକିଲ ଫର୍ମପୂରଣ କରିଥିଲେ ।

Related post

Leave a Reply

Your email address will not be published. Required fields are marked *