ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ପ୍ରଥମଥର ପାଇଁ ସେ ଝିଅ ମାଳତୀର ଚେହେରା ଦେଖାଇଛନ୍ତି । ପୂର୍ବରୁ ଝିଅ ସହ ବହୁ ଭିଡିଓ ଓ ଫଟୋ ସେୟାର କରିଥିଲେ ମଧ୍ୟ ଝିଅର ଚେହେରା ସେ କେବେ ରିଭିଲ କରିନଥିଲେ। ପ୍ରଥମ ଥର ନିକ୍ ଜୋନାସଙ୍କ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ମାଳତୀ ମ୍ୟାରି ଜୋନାସ ଚୋପ୍ରାଙ୍କ ଚେହେରା ।ଏହା ଥିଲା କୁନି ମାଲତୀଙ୍କ ପ୍ରଥମ ପବ୍ଲିକ ଇଭେଣ୍ଟ । ମାଲତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସମସ୍ତେ ତାଙ୍କୁ ଖୁବ ଭଲ ପାଉଛନ୍ତି । ପ୍ରିୟଙ୍କା ଝିଅ ମାଳତୀ ଏବଂ ନିକଙ୍କ ସହିତ ଓ୍ଵକ୍‌ ଅଫ ଫେମ ସେରିମନୀକୁ ଯାଇଥିଲେ । ଏହା ମାଳତୀଙ୍କର ପ୍ରଥମ ଇଭେଣ୍ଟ । ଏହି ସମୟରେ ଅଫିସିଆଲ ଭାବେ ମାଳତୀଙ୍କ ଚେହେରା ଦେଖିବାକୁ ମିଳିଥିଲା। ଯାହା ଏବେ ଭାଇରଲ ହେଉଛି ।ପ୍ରିୟଙ୍କା ଝିଅ ମାଳତୀଙ୍କ ଫଟୋ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଏହା ଏବେ ଭାଇରଲ ହେବାରେ ଲାଗିଛି । ଆଉ ଝିଅ ମାଳତୀର ଫଟୋ ଦେଖି ପ୍ରିୟଙ୍କାଙ୍କ ଫ୍ୟାନ୍ସ ଖୁବ ଖୁସି ହେଉଛନ୍ତି । ମାଳତୀଙ୍କ କ୍ୟୁଟନେସ ଦେଖି ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଫ୍ୟାନ୍ସ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ଚଳିତ ବର୍ଷ ଜାନୁଆରୀରେ ସରୋଗେସି ଜରିଆରେ ମାଆ, ବାପା ହୋଇଛନ୍ତି। ଏହି କପଲ୍‌ ନିଜ ଝିଅର ନାମ ମାଳତୀ ମେରୀ ଚୋପ୍ରା ଜୋନସ୍‌ ରଖିଛନ୍ତି। ଏହି ନାମ ପ୍ରିୟଙ୍କାଙ୍କ ମା’ ଓ ଶାଶୁ ଉଭୟଙ୍କ ନାମ ଅନୁସାରେ ରଖାଯାଇଛି। ମାଳତୀ ବହୁତ କଠିନ ପରିସ୍ଥିତିରେ ଜନ୍ମ ହୋଇଥିଲା। ମାଳତୀକୁ ୧୦୦ ଦିନ ପରେ ଏନ୍‌ଆଇସିୟୁରୁ ଘରକୁ ଅଣା ଯାଇଥିଲା। ଓ୍ଵାର୍କଫ୍ରଣ୍ଟ୍‌ ଦେଖିଲେ, ବର୍ତ୍ତମାନ ପ୍ରିୟଙ୍କା ବହୁତ ଜଲ୍‌ଦି ହଲିଉଡ୍‌ ଫିଲ୍ମ ‘ଇଟ୍‌ସ ଅଲ୍‌ କମିଙ୍ଗ୍‌ ବ୍ୟାକ୍‌ ଟୁ ମି’ରେ ନଜର ଆସିବାକୁ ଯାଉଛନ୍ତି। ଏବେ ସେ ‘ସିଟାଡେଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ମଧ୍ୟ ନଜର ଆସିବେ ବୋଲି ଜଣାପଡିଛି |

Related post

Leave a Reply

Your email address will not be published. Required fields are marked *