ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ କରିଛି । ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଅନୁଗାମୀ ଜଣଙ୍କ ଆଶରାମଙ୍କ ଆଶ୍ରମରେ ରହୁଥିଲେ । ସେ ଆଶ୍ରମରେ ରହୁଥିବା ବେଳେ ତାକୁ ବାରମ୍ବାର ଆଶାରାମ ଦୁଷ୍କର୍ମ କରିଥିଲେ । ଅହମଦାବାଦର ମୋଟେରାରେ ଥିବା ଆଶ୍ରମରେ ଏହି ପୂରା ଘଟଣା ଘଟିଥିଲା। ଯାହାର ଶୁଣାଣି କରି ଆଶାରାମକୁ ଗାନ୍ଧିଗନଗର ସେକ୍ସନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ।ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଅନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ଆଶାରାମଙ୍କ ପୁଅ ନାରାୟଣ ସାଇ। ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ୪ ଜଣ ମହିଳା ଅନୁଗାମୀ ଧ୍ରୁବବେନ, ନିର୍ମଳା, ଯଶୀ ଓ ମୀରା ମଧ୍ୟ ଏହି ମାମଲାର ଅଭିଯୁକ୍ତ ଥିଲେ ବୋଲି ସୂଚନ ମିଳିଛି । ତେବେ ପ୍ରମାଣ ଅଭାବରୁ ସମସ୍ତଙ୍କୁ ଗାନ୍ଧିନଗର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ଆଶାରାମ ବାପୁ ଏବେ ଯୋଧପୁର ଜେଲରେ ଥିବା ଜଣାପଡିଛି । ୨୦୧୮ରେ ଯୋଧପୁର ଟ୍ରାଏଲ କୋର୍ଟ ତାଙ୍କୁ ଆଉ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ପଠାଇ ଦେଇଥିଲେ। ୨୦୧୩ରେ ସେ ଯୋଧପୁର ସ୍ଥିତ ଆଶ୍ରମରେ ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ ମଧ୍ୟ କରିଥିଲେ । ସେହି ସମୟରେ ୭୭ ବର୍ଷୀୟ ଆଶାରାମଙ୍କୁ ଆଇପିସିର ୩୭୬ ଓ ପକସୋ ଆକ୍ଟ ବଳରେ ଦଣ୍ଡବିଧାନ କରାଯାଇଥିଲା।୨୦୧୩ ଅଗଷ୍ଟରେ ପୁଲିସ୍‌ ପ୍ରଥମେ ଆଶାରାମକୁ ଇନ୍ଦୋରରୁ ଗିରଫ କରିଥିଲା। ଏହାପରେ ତାକୁ ଯୋଧପୁର ଅଣାଯାଇଥିଲା। ତେବେ ଆଜି ଗୁଜୁରାଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି

Related post

Leave a Reply

Your email address will not be published. Required fields are marked *