ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ):ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଲେ ଅର୍ଥମନ୍ତ୍ରୀ ।ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୭% ଆକଳନ କରାଯାଇଛି । ମହାମାରୀରେ ସଫଳ ଏବଂ ଦୃଢ଼ତାର ସହିତ ମୁକାବିଲା କରାଯାଇଛି । ସାରାଦେଶରେ ଟିକାକରଣ ପ୍ରୋଆକ୍ଟିଭେଟ ମୁଡରେ କରାଯାଇଛି ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋଭିଡ ମହାମାରୀ ଯୋଗୁଁ ଅର୍ଥନିତୀ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଥ ଯୋଜନାର ଲୋକଙ୍କ ମାଗଣା ଖାଦ୍ୟ ଦିଆଯାଇଛି । କୋଭି଼ଡ ମହାମାରୀଙ୍କ ପ୍ରତିହତ କରିବା ପାଇଁ ୧୨୦ ଲୋକଙ୍କୁ ୨୨୦ କୋଟି ଡୋଜ ଦିଆଯାଇଥିବା କହିଲେ ଅର୍ଥ୍ନମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ୯.୬ କୋଟି ଏଲପିଜି ଗ୍ୟାସ ସଂଯୋଗ କରାଯାଇଛି । ସାରାଦେଶରେ ପ୍ରୋ- ଆକ୍ଟିଭ ଭାବେ ଟିକାକରଣ ଚାଲିଛି ।କୋଭିଡ ଯୋଗୁଁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଯାଇଛି । କିନ୍ତୁ ଭାରତ ସଠିକ ସ୍ଥାନରେ ରହିଛି । କୋଭଡ ପରେ ଅର୍ଥନିତୀକୁ ଆଗକୁ ନେବାକୁ ହେଉଛି । ସରକାର ସବକା ସାଥ୍ ସବକା ବିକାଶରେ କାର୍ଯ୍ୟ କରୁଛନ୍ତି । ଦେଶରେ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି । ବର୍ତ୍ତମାନ ଦ୍ୱିଗୁଣିତ ହୋଇ 1.97 ଲକ୍ଷରେ ପହଁଚିଛି । ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ । ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ । ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ସେହିଭଳି୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ ।

Related post

Leave a Reply

Your email address will not be published. Required fields are marked *