କମିଲା ଆୟକର ବଢ଼ିଲା ସୁନା ଦର

କମିଲା ଆୟକର ବଢ଼ିଲା ସୁନା ଦର

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ):ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତବର୍ଷ ବଜେଟରେ ବିଶେଷକରି ମଧ୍ୟବିତ ପରିବାର ଏବଂ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ମହିଳାଙ୍କ ପାଇଁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର । ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା କରିବା ପାରିବେ ମହିଳା। ସେହିପରି ୫ରୁ ୭ ଲକ୍ଷ ବୃଦ୍ଧି ହେଲା ଆୟକର ସ୍ଲାବ ସୀମା । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଦେବାକୁ ପଡିବ ନାହିଁ । ସେହିପରି ୩ରୁ ୬ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୬ଲକ୍ଷରୁ ୯ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ ଏବଂ ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଇନକମ ଟ୍ୟାକ୍ସ ଦେବାପାଇଁ ବଜେଟରେ ଉପସ୍ଥାପନ କରାଯାଇଛି । ସୁନା, ରୁପା, ପ୍ଲାଟିନମ ଗହଣା ମହଙ୍ଗା ହୋଇଥିବା ବେଳେ ସିଗାରେଟ ଉପରେ ମଧ୍ୟ ଟିକସ ବୃଦ୍ଧି ପାଇଛି । ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ ହୋଇଛି। ମୋବାଇଲ ଉପକରଣ ଏବଂ ପୋଷାକରୁ ମଧ୍ୟ ଟିକସ ହ୍ରାସ କରାଯାଇଛି। ସେହିପରି ଆସନ୍ତା ତିନି ବର୍ଷ ମଧ୍ୟରେ ଦେଶରେ ୧୦,୦୦୦ ବାୟୋ ଇନ୍ପୁଟ ସେଣ୍ଟର ହେବ। ୧ କୋଟି କୃଷକଙ୍କୁ ପ୍ରାକୃତିକ କୃଷି କାର୍ଯ୍ୟ ପାଇଁ ସହାୟତା ଦିଆଯିବ। ଏହାସହ ୫୦ଟି ନୂଆ ଅତିରିକ୍ତ ଏୟାର ପୋର୍ଟ, ଓ୍ବାଟର ଏରୋ ଡ୍ରେନ ଓ ହେଲିପଡ୍ସ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ରେଳ ପାଇଁ ଖର୍ଚ୍ଚ ହେବ ୨.୪୦ ଲକ୍ଷ କୋଟି ଆସନ୍ତା ବିତ୍ତୀୟ ବର୍ଷରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଆସନ୍ତା ତିନି ବର୍ଷ ମଧ୍ୟରେ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ୩୮, ୮୦୦ ନୂଆ ଶିକ୍ଷକ ଓ ସହାୟକ କର୍ମଚାରୀ ନିଯୁକ୍ତି ଦିଆଯିବ । ୭୪୦ ବିଦ୍ୟାଳୟରେ ସାଢେ ତିନି ଲକ୍ଷ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତ କରାଯିବ। ସରକାରଙ୍କ ପ୍ରୟାସ ଯୋଗୁଁ ୨୦୧୪ ପରଠାରୁ ସମସ୍ତ ନାଗରିକଙ୍କ ଜୀବନ ଯାପନର ମାନ ଉନ୍ନତ ହୋଇଛି । ବାର୍ଷିକ ମୁଣ୍ଡପିଛା ଆୟ ୧.୯୭ ଲକ୍ଷରେ ପହଞ୍ଚିଛି। ନଅ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ସାରା ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚି ପାରିଛି।

Related post

Leave a Reply

Your email address will not be published. Required fields are marked *