ଦେଶରେ ନିର୍ମାଣ ହେବ ଆଉ ୫୦ ନୂଆ ବିମାନବନ୍ଦର

ଦେଶରେ ନିର୍ମାଣ ହେବ ଆଉ ୫୦ ନୂଆ ବିମାନବନ୍ଦର

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ):ସଂସଦରେ ଆଜି ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟରେ ଦେଶର ବେସାମରିକ ଉଡାଣ କ୍ଷେତ୍ରକୁ ଗୁରୁତ୍ୱ ମିଳିଛି | ଦେଶରେ ଆଂଚଳିକ ବିମାନ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ଏଥିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି |ତେବେ ଦେଶରେ ଆଉ ୫୦ଟି ବିମାନ ବନ୍ଦର ସ୍ଥାପନ ହେବ ବୋଲି ସୂଚନା ମିଳିସାରିଛି | ଏହି ଯୋଜନାରେ ଦେଶରେ ଆଉ ୫୦ ନୂତନ ବିମାନ ବନ୍ଦର ,ହେଲିପ୍ୟାଡ଼ ,ୱାଟର ଏରଡ୍ରୋମ ଏବଂ ଆଡ଼ଭାନ୍ସ ଲ୍ୟାଂଡ଼ି ଗ୍ରାଉଣ୍ଡ ପ୍ରତିଷ୍ଠା ହେବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି | ଯାହା ଆଞ୍ଚଳିକ ଉଡାଣ ସେବାକୁ ବଳ ଯୋଗାଇବ | ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ଉଡାଣ ଯୋଜନାରେ କାର୍ଯ୍ୟକାରୀ ହେବାକୁ ଯାଉଛି | ଗତକାଲି ସଂସଦରେ ସାଧାରଣ ବଜେଟ ପୂର୍ବରୁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରିଥିଲେ ନିର୍ମଳ ସୀତାରମଣ | ଏହି ସର୍ବେକ୍ଷଣ ରିପୋର୍ଟରେ ସେ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏହି ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିବ ନେଇ ଦର୍ଶାଯାଇଥିଲା | ତେବେ ମଧ୍ୟବିତ୍ତ ବର୍ଗର ଯାତ୍ରୀଙ୍କ ମଧ୍ୟରେ ବିମାନ ଯାତ୍ରାର ଚାହିଦା ,ଅଧିକ ବ୍ୟବହାର ଯୋଗ୍ୟ ଆୟ ଏବଂ ଅନୁକୂଳ ଜନସଂଖ୍ୟା କାରଣରୁ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଭଲ ଆର୍ଥିକ ପ୍ରଦର୍ଶନ ପାଇଁ ବ୍ୟାପକ ସମ୍ଭାବନା ରହିଛି ବୋଲି ଗତକାଲି ସଂସଦରେ ପ୍ରକାଶିତ ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଥିଲା | ତେବେ ଆଜି କେନ୍ଦ୍ରୀୟ ବଜେଟରେ ବେସାମରିକ ଉଡାଣ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଡାଣ ଯୋଜନା ଅଧୀନରେ ନୂତନ ୫୦ବିମାନ ବନ୍ଦର ସହ ଅନ୍ୟ ଉଡାଣ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି |

Related post

Leave a Reply

Your email address will not be published. Required fields are marked *