ଆସିଛି ଭାରତୀୟ ଟିମ୍‌ ପାଇଁ ଖୁସି ଖବର

ଆସିଛି ଭାରତୀୟ ଟିମ୍‌ ପାଇଁ ଖୁସି ଖବର

ଫୋକସ ପ୍ଲସ 02/02/2023(ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆସିଯାଇଛି ଭାରତୀୟ ଟିମ୍‌ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବା ଟେଷ୍ଟ ପୂର୍ବରୁ ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଯାହା ଫଳରେ ତାଙ୍କର ଦଳକୁ ଫେରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି! ବୁଧବାର ଏନ୍‌ସିଏ ପକ୍ଷରୁ ଜାଡେଜାଙ୍କ ଫିଟନେସ୍‌ ରିପୋର୍ଟ ଜାରି କରାଯାଇଛି।

ବହୁତ ଜଲଦି ନାଗପୁରରେ ଥିବା ଭାରତୀୟ ଟିମ୍‌ରେ ଯୋଗଦେବେ ରବିନ୍ଦ୍ର ଜାଡେଜା !

ଅଗଷ୍ଟ ୨୦୨୨ରେ ଶେଷ ଥର ପାଇଁ ଟିମ୍‌ ଇଣ୍ଡିଆ ପାଇଁ ଖେଳିଥିଲେ ଜାଡେଜା। ସେବେଠାରୁ ସେ ଅସୁସ୍ଥ ଥିବାରୁ ଦଳରୁ ଦୂରେଇଥିଲେ। ତାଙ୍କ ଆଂଠୁ ରେ ଆଘାତ ଲାଗିଥିବା ସମୟରେବି ୩ ଥର ଅପରେଶନ ମଧ୍ୟ ହୋଇଥିଲା ।ଏବଂ ଏବେ ସେ ଫିଟ୍‌ ହୋଇସାରିଥିବା ହେତୁ ଦଳ ଫେରିଆସିଛନ୍ତି! ଯାହା କି ଟିମ ଇଣ୍ଡିଆ ପାଇଁ ଶୁଭ ସୂଚନା ବୋଲି କୁହାଯାଇଛି।

Related post

Leave a Reply

Your email address will not be published. Required fields are marked *