ଫେବୃୟାରୀ ୨୧ ତାରିଖ ରେ ବିଧାନସଭା ବଜେଟ ଅଧିବେଶନ

ଫେବୃୟାରୀ ୨୧ ତାରିଖ ରେ ବିଧାନସଭା ବଜେଟ ଅଧିବେଶନ

ଫୋକସ ପ୍ଲସ 02/02/2023(ଭୁବନେଶ୍ୱର) ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବକୁଯାଉଛି। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସିବ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ଏବଂ ତାହା ମଧ୍ୟ ରେ ଚଳିତ ବର୍ଷ ବଜେଟ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ।

ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ! ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନ ଅର୍ଥାତ୍‌ ଫେବୃୟାରୀ ୨୧ରେ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ। ଏହାପରେ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

Related post

Leave a Reply

Your email address will not be published. Required fields are marked *