ରାଜ୍ୟକୁ ଫେରିଲା ଶୀତ

ରାଜ୍ୟକୁ ଫେରିଲା ଶୀତ

ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଥିବା ବେଳେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ଜାଡ଼ ମଧ୍ୟ ଅନୁଭୂତ ହେଉଛି। ଆଜି ସକାଳୁ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ର ୫.୬ ଡିଗ୍ରି ରେକର୍ଡ ହୋଇଛି। ଫୁଲବାଣୀ ସମେତ ପୂରା କନ୍ଧମାଳ ଜିଲ୍ଲାରେ ଶୀତଲହରୀ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ର ୧୦.୫ ଡିଗ୍ରି ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ‌ ଯଦିଓ ସେତେ ବେ‌ଶୀ ନୁହେଁ, ତଥାପି ରାତି ୧୧ଟା ପରେ ସାମାନ୍ୟ ଥଣ୍ଡା ଅନୁଭୂତ ରହୁଛି। ରାତିରେ କାକର ପଡୁଥିବାରୁ ସକାଳ ବୁଲା ସମୟରେ ଲୋକେ ସାମାନ୍ୟ ଥଣ୍ଡାର ଅନୁଭୂତିକୁ ସାମ୍ନା କରୁଛନ୍ତି। ଆଭ୍ୟନ୍ତରୀଣ ଓଡ଼ିଶା ଯଥା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ରାତି ତାପମାତ୍ରା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି।

Related post

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜିଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା…

Leave a Reply

Your email address will not be published. Required fields are marked *