
ବଳାତ୍କାର ପରେ ହତ୍ୟା କରିଲେ ନାବାଳକ
- Breaking newsଅପରାଧମହାନଗରମୁଖ୍ୟ ଖବରସ୍ପେସିଆଲ ଷ୍ଟୋରି
- February 5, 2023
- No Comment
- 45
ଫୋକସ ପ୍ଲସ 05/02/2023(ରଓ୍ବୋ) ମଧ୍ୟପ୍ରଦେଶ ରଓ୍ବୋ ଜିଲ୍ଲା ରେ ଜଣେ ୧୬ ବର୍ଷର ନାବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି। ଦୁଇବର୍ଷ ତଳେ ବୃଦ୍ଧାଙ୍କ ଘରୁ ମୋବାଇଲ ଫୋନ୍ ଚୋରି ହୋଇଥିଲା।ଏବଂ ଏହି ଘଟଣା ସହ ହତ୍ୟାକାଣ୍ଡ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି।
ହନୁମାନ ଥାନା ଅଧୀନ କୈଳାସପୁରୀ ଗ୍ରାମରେ ଗତ ୩୦ ତାରିଖ ରାତିରେ ଅଭିଯୁକ୍ତ ନାବାଳକ ବୃଦ୍ଧାଙ୍କ ମୁହଁରେ ଲୁଗା ଭର୍ତ୍ତିକରି ଏକ ନିର୍ମାଣାଧୀନ କୋଠାକୁ ନେଇଯାଇ ଥିଲେ।
ସେଠାରେ ମହିଳାଙ୍କୁ ବଳାତ୍କାର କରିବା ପରେ ଏକ ମାରଣାସ୍ତ୍ରରେ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ଏପରିକି ମହିଳାଙ୍କ ଗୁପ୍ତାଙ୍ଗକୁ ଅଭିଯୁକ୍ତ କ୍ଷତାକ୍ତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି!