ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ହଟେଇବା ପାଇଁ ଭାରତ ବିଭିନ୍ନ କସରତ କରୁଛି | ଏକାବେଳେ ୨୩୨ ଆପ୍ ବ୍ୟାନ କରିବାକୁ ଭାରତ ଆରମ୍ଭ କରିଛି ପଦକ୍ଷେପ । ଏଥିରେ ରହିଛି ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ । ଏ ସବୁ ଆପର ଚୀନ ଲିଙ୍କ୍ ଥିବାରୁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟଠାରୁ ନିର୍ଦ୍ଦେଶ ପାଇବା ପରେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଗତ ୬ ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୮ଟି ଚାଇନିଜ ଲୋନ୍ ଲେଣ୍ଡିଂ ଆପ୍ ଚିହ୍ନଟ କରି ତାହାର ସମୀକ୍ଷା କରିଥିଲା । ମାତ୍ର ପରେ ଜଣାପଡିଥିଲା ଯେ ଇ-ଷ୍ଟୋରରେ ୯୪ଟି ଲୋନ ଲେଣ୍ଡିଂ ଆପ୍ ରହିଛି ଓ ସେଗୁଡ଼ିକ ତୃତୀୟ ପକ୍ଷ ଲିଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ବିପଦଜନକ ଆପଗୁଡିକ ଜରିଆରେ ବ୍ୟକ୍ତି ବିଶେଷଙ୍କୁ ବ୍ଲାକମେଲ କରାଯାଇଥାଏ ଏବଂ ସେମାନଙ୍କଠାରୁ ବହୁ ଗୋପନ ତଥ୍ୟ ହାସଲ କରାଯାଇଥାଏ ।ତେବେ ଏକ ତଦନ୍ତରୁ ଜଣାପଡିଛି ଯେ , ବହୁ ଗୁପ୍ତଚର ଭିତ୍ତିକ କାର୍ଯ୍ୟରେ ଏହି ଆପଗୁଡିକୁ ବ୍ୟବହାର କରାଯାଇ ଭାରତୀୟମାନଙ୍କୁ ବିପଦରେ ପକାଯାଇଥାଏ । ଏହି ଆପଗୁଡିକ ବିରୋଧରେ ପଦକ୍ଷେପ ନେବା ଲାଗି ଭାରତର ବହୁ ରାଜ୍ୟ ପକ୍ଷରୁ କେନ୍ଦ୍ର ଗୃହ ନିକଟରେ ଦାବି କରାଯାଇଥିଲା । ଚାଇନିଜ ଆପ୍ ଜରିଆରେ ଲୋନ ନେଉଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଇଥାଏ ଓ ଏପରିକି ବାର୍ଷିକ ୩ ହଜାର ପ୍ରତିଶତ ହାରରେ ସୁଧ ଆଦାୟ କରାଯାଇଥାଏ । ତେବେ ଏଥିପାଇଁ ଭାରତ ଚାଇନାର ସମସ୍ତ ଆପକୁ ଦେଶରୁ ବ୍ୟାନ କରିବା ପାଇଁ ଚାଁହୁଛି |ଏହା ପୂର୍ବରୁ ମଧ୍ୟ ଅନେକ ଚାଇନିଜ ଆପ ଦେଶରେ ବ୍ୟାନ କରାଯାଇଥିଲା |

Related post

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍‌. ଓ ।…
ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ଫୋକସ ପ୍ଲସ 1/3/23(ବାଲିଗୁଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଠାରେ ଆଦିବାସୀଙ୍କ ବିଶ୍ୱାସର ପର୍ବ କେଡୁଯାତ୍ରା ବା ପୋଢଯାତ୍ରା ପାଳନ ହୋଇଯାଇଛି ।ଏହି ଯାତ୍ରାରେ…
ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ଫୋକସ ପ୍ଲସ 25/2/23(ବ୍ୟୁରୋ): ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ | ଆମ ପଡୋଶୀ ଦେଶ ପାକିସ୍ତାନର ଏବେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି | ଦେଶ…

Leave a Reply

Your email address will not be published. Required fields are marked *