ଭାରତକୁ ଉଡେଇବାକୁ ଚାଁହୁଛି ପାକିସ୍ତାନ

ଭାରତକୁ ଉଡେଇବାକୁ ଚାଁହୁଛି ପାକିସ୍ତାନ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଭାରତକୁ ଧ୍ବଂସ କରିବାକୁ ଚାଁହୁଛି ପାକିସ୍ଥାନ | ପାକିସ୍ତାନ ନିଜର ଆତଙ୍କବାଦୀଙ୍କୁ ପଠାଇ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରୁଛି |ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦରଦାମ୍ ବୃଦ୍ଧି ପାଇଁ ଦେଶରେ ଜନ ସାଧାରଣମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେବି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର କରିବାକୁ ପଛାଉ ନାହିଁ।ଦିନକୁ ଦିନ ପାକିସ୍ତାନର ଅବସ୍ଥା ବିଗିଡ଼ିବାରେ ଲାଗିଛି | ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଏଏସଆଇ ଆତଙ୍କବାଦୀଙ୍କୁ ଭର୍ତ୍ତି ବି କରୁଛି। ଏଥିରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କୁ ଯେଉଁମାନେ ନିର୍ଦେଶ ଦେଉଛନ୍ତି ସେମାନେ ବି ପାକିସ୍ତାନର ରହିଥିବା କୁହାଯାଉଛି। ଏସବୁ ସୂଚନା ଜାତୀୟ ଗୁଇନ୍ଦା ଏଜେନ୍ସିର ଏଫଆଇଆରରୁ ଜଣାପଡ଼ିଛି।ଜାତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ, ହାଇଦ୍ରାବାଦରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଯୋଜନାର ମାଷ୍ଟରମାଇଣ୍ଡ ଅବ୍ଦୁଲ ଜାହିଦ ହାଇଦ୍ରାବାଦରେ ଆତଙ୍କବାଦୀ ସହିତ ଜଡ଼ିତ ଅନେକ ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି। ଅବ୍ଦୁଲ ଜାହିଦ ଠାରୁ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ ହୋଇଛି।ଏଥିସହିତ ଅବ୍ଦୁଲ ଜାହିଦ ବିରୋଧରେ ଏକ ସଙ୍ଗୀନ ଅଭିଯୋଗବି ଆସିଛି। ଅବ୍ଦୁଲ ଲସ୍କର-ଏ- ତେୟବା ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଏଏସଆଇ ସହିତ ଜଡ଼ିତ ପାକିସ୍ତାନ ସ୍ଥିତ ହ୍ୟାଣ୍ଡଲର୍ସ ନିର୍ଦେଶରେ ମହମ୍ମଦ ସମିଉଦ୍ଦିନ, ମାଜ ହସନ ଫାରୁକ ଓ ଅନେକ ଯୁବକଙ୍କୁ ଆତଙ୍କବାଦୀ ପାଇଁ ଭର୍ତ୍ତି କରିଥିଲା।ଅବ୍ଦୁଲ ଜାହିଦକୁ ପାକିସ୍ତାନ ହ୍ୟାଣ୍ଡଲର୍ସ ଠାରୁ ନିର୍ଦେଶ ମିଳିଥିଲା ଯେ ସେ ନିଜର ସାଥୀଙ୍କ ସହିତ ମିଶି ହାଇଦ୍ରାବାଦ ସହରରେ ବିସ୍ଫୋରଣ କରିବା ସହିତ ଅନେକ ଆତଙ୍କବାଦୀ ଘଟଣା ଘଟାଇବ ବୋଲି |

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା…
ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12…

Leave a Reply

Your email address will not be published. Required fields are marked *