ଗୌତମ ଆଦାନୀଙ୍କୁ ଗିରଫ କରାଯାଉ

ଗୌତମ ଆଦାନୀଙ୍କୁ ଗିରଫ କରାଯାଉ

ଫୋକସ ପ୍ଲସ ୬/୨/୨୩(ବ୍ରହ୍ମପୁର):ମାତ୍ର ଦଶ ବର୍ଷ ତଳେ ସାରା ଦେଶରେ ଅପରିଚିତ ଥିବା ଗୌତମ ଆଦାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ରିବାଦ ଓ ଅନୁଗ୍ରହ ଯୋଗୁଁ ସାରା ବିଶ୍ୱରେ ଦୁଇ ନମ୍ବର ଧନୀର ମାନ୍ୟତା ଲାଭ କରିଥିଲେ।ବର୍ତ୍ତମାନ ମାତ୍ର କେତୋଟି ଦିନ ମଧ୍ୟରେ ଗୌତମ ଆଦାନୀ ପ୍ରତିଦିନ ବିଶ୍ଵ ଧନୀ ତାଲିକାର ପଛକୁ ପଛକୁ ଯାଉଥିବା ବେଳେ ତାଙ୍କ କମ୍ପାନୀର ମୂଲ୍ୟ ଲଗାତାର ହ୍ରାସ ପାଉଛି। ଆଦାନୀ ମହାଶୟ ଭାରତ ବର୍ଷର ବିଭିନ୍ନ ଜାତୀୟ ବ୍ୟାଙ୍କ ଓ LIC ରୁ କୋଟି କୋଟି ଟଙ୍କା ଋଣ ନେଇ ମୋଦି ସରକାରଙ୍କ ପ୍ରୋତ୍ସାହନରେ ଆକାଶ ପଥ, ଜଳ ପଥ ଓ ସ୍ଥଳ ପଥ କିଣିବା ପରେ ଭାରତ ବର୍ଷର ପେଟ୍ରୋଲ ,ଖଣି ,ଖଦାନ ଓ ସମସ୍ତ ପ୍ରାୟ ଟିଭି ,ଖବରକାଗଜର ମାଲିକ ହୋଇଗଲେ। ଏହି ପରିପ୍ରେକ୍ଷିରେ ଦେଶର ଅର୍ଥନୀତି , ବ୍ୟାଙ୍କ , LIC ରେ ଥିବା ଲୋକଙ୍କ ଟଙ୍କା ଆଜି ବିପଦକୁ ଚାଲିଯାଇଛି ।ଆଦାନୀର ଟଙ୍କାରେ ନାଟ କରୁଥିବା ମୋଦୀ ସରକାର ଆଦାନୀ କରିଥିବା ଚୋରି, ହେରଫେର ତଦନ୍ତ ପାଇଁ ପ୍ରସ୍ତୁତ ନୁହିଁନ୍ତି। ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ରାହୁଲ ଗାନ୍ଧୀଙ୍କ ଦାବିକୁ ସରକାର ଶୁଣୁନାହାଁନ୍ତ । ଅତଏବ ଆଜି ଜିଲ୍ଲା କଂଗ୍ରେସ ତରଫରୁ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଆଦାନୀର ଜାଲିଆତି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ପୀତବାସ ପଣ୍ଡା,ନିରଞ୍ଜନ ପାଣିଗ୍ରାହୀ, ମହେଶ୍ୱର ପାତ୍ର, ସୁବାସିନୀ ପଟ୍ଟନାୟକ,ଚିନ୍ମୟ କୁମାର ହୋତା,ପଦ୍ମ ଚରଣ ସାହୁ ,ରିତା ଦଳେଇ,ବିକାଶ ନାୟକ,ଚିନ୍ତାମଣି ନାୟକ,ସୁନାରାମ ସାବତ,ବୁସି ରାଓ,ରବି ଅଧିକାରୀ, ଭୀମରାଜୁ ରେଡି,ଦଣ୍ଡପାଣି ପାତ୍ର,ଉଦୟ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Related post

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍‌. ଓ ।…
ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ଫୋକସ ପ୍ଲସ 1/3/23(ବାଲିଗୁଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଠାରେ ଆଦିବାସୀଙ୍କ ବିଶ୍ୱାସର ପର୍ବ କେଡୁଯାତ୍ରା ବା ପୋଢଯାତ୍ରା ପାଳନ ହୋଇଯାଇଛି ।ଏହି ଯାତ୍ରାରେ…
ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ଫୋକସ ପ୍ଲସ 25/2/23(ବ୍ୟୁରୋ): ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ | ଆମ ପଡୋଶୀ ଦେଶ ପାକିସ୍ତାନର ଏବେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି | ଦେଶ…

Leave a Reply

Your email address will not be published. Required fields are marked *