ଫୋକସ୍ ପ୍ଲସ୍ ଆଞ୍ଚଳିକ ଖବରର ମହାପ୍ରଭାବ

ଫୋକସ୍ ପ୍ଲସ୍ ଆଞ୍ଚଳିକ ଖବରର ମହାପ୍ରଭାବ

ଫୋକସ ପ୍ଲସ ୬/୨/୨୩(ସୁକିନ୍ଦା):କଳିଙ୍ଗନଗର ,କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଶିଶୁ ମାନଙ୍କ ଶାରୀରିକ,ମାନସିକ,ବୌଦ୍ଧିକ ବିକାଶ ନିମନ୍ତେ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ଯବସ୍ଥା ସହିତ ସଠିକ ପରିଚାଳନା ନିମନ୍ତେ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯାଉଛି ।ତାହା ସହ କଳିଙ୍ଗନଗର ଶିଳ୍ପ ମାନଙ୍କ ସହଭାଗୀତାରେ C.S.R ଫଣ୍ଡ ମାଧ୍ୟମରେ ସ୍ତାନୀୟ ଅଞ୍ଚଳର ବିକାଶ ସହ ଶିକ୍ଷା,ଶିଶୁ ମାନଙ୍କ ଉନ୍ନତି ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା କଥା ବହୁବାର ଶୁଣିବା କୁ ମିଳେ କିନ୍ତୁ ଖର୍ଚ୍ଚ ଆଉ ଯୋଜନା ସବୁ କାଗଜ କଲମରେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଗତ ଜାନୁୟାରୀ ୨୭ ଓ ୩୦ ତାରିଖରେ”କଳିଙ୍ଗନଗରରେ ପୁଣି ଅପପୁଷ୍ଟି”ଶୀର୍ଷକ ଖବର ରୁପେ ଆଞ୍ଚଳିକ ଖବର ଓ ଫୋକସ ପ୍ଲସ୍ ରେପ୍ରକାଶିତ ହୋଇଥିଲା ଏବଂ ଏହା ପରେ ଅନ୍ୟ ଖବର କାଗଜରେ ମଧ୍ଯ ପ୍ରକାଶିତ ହୋଇଥିବା ଦେଖିବାକୁ ମିଲିଥିଲା। ମାତ୍ର ୧ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ଯ ଏ ଶିଶୁର ସ୍ୱାସ୍ଥ୍ୟ ବାବଦରେ ସ୍ତାନୀୟ ବ୍ଲକ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଅଧିକାରୀଗଣ କିମ୍ବା ବ୍ଲକ ପ୍ରଶାସନର କୌଣସି ଅଧିକାରୀ ପହଞ୍ଚିବା ନ ଥିବା ବେଳେ ଗତ ୪ ଫେବୃଆରୀ ରେ ଆମର ସୁକିନ୍ଦା ପ୍ରତିନିଧି ପଦ୍ମନାଭ ପହି ଏହି ବିଷୟ ରେ ମୁଖମନ୍ତ୍ରୀ ଓଡ଼ିଶା, ଜିଲ୍ଲାପାଳ ଯାଜପୁର ଓ ମୁଖ୍ଯ ସ୍ବାସ୍ଥ୍ଯ ଅଧିକାରୀ ଯାଜପୁରଙ୍କ ଟୁଇଟରହ୍ଯାଣ୍ଡେଲ କୁ ଏହି ବିଷୟ ରେ ଟୁଇଟ୍ କରିବା ପରେ ଗତକାଲି ରବିବାର ଦାନଗଦୀ ମେଡିକାଲର ମୁଖ୍ଯ ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସହିତ ଯୋଗାଯୋଗ କରିବା ପରେ ସେ କହିଲେକି ମୁଖମନ୍ତ୍ରୀଙ୍କ ତରଫରୁ ଆମକୁ ଟୁଇଟି ଆସିଛି ସୋମବାର ଦିନ ଆମର ଟିମ୍ ପରିଦର୍ଶନ କରିବା ପାଇଁ ଯିବେ ଯାହା କି ସୋମବାର ଦିନ ଗୋଟିଏ ମେଡିକାଲ ଟିମ୍ ସୁନୀଲ ଘରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ଏହି ଟିମ୍ ରେ ଜଖପରା ମେଡିକାଲ ଅଫିସର ଡାକ୍ତର ମନିଷ ସେନାପତି,ଦାନଗଦୀ ପିଏଚଇ ଓ ପାର୍ବତୀ ବେହେରା ,ହେଲଥ ଓ୍ବାର୍କର ଓ ହେଲଥ ସୁପରଭାଇଜର ଗୋଟିଏ ଟିମ୍ କରି ସୁନୀଲ ମୁଣ୍ଡା ଘରେ ପହଞ୍ଚି ସମସ୍ତ ବିଷୟରେ ଅବଗତ ହୋଇ ଫେରିଥିବା ଦେଖିବାକୁ ମିଲିଛି। ଆଗକୁ ଯାହା ଆବଶ୍ଯକ ତାହା ଅନୁଧ୍ଯାନ କରିବା ପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁନୀଲ ପରିବାରକୁ ଆସିଥିବା ଟିମ୍ କହିଛନ୍ତି। ମାତ୍ର ଗତ ରବିବାର ସକାଳୁ ସ୍ଥାନୀୟ ଶିଶୁ ଅଧିକାର ସୁରକ୍ଷା କର୍ମୀ ବିଜୟ କୁମାର ଦାସ,ସତ୍ୟବ୍ରତ ଦାସ,ବିରଞ୍ଚି ସାମଦ ଉକ୍ତ ଶିଶୁ ପାଖରେ ପହଞ୍ଚି ପନ୍ଦର ଦିନର ଖାଦ୍ୟ ସାମଗ୍ରୀ ଏବଂ ସବୁଜ ପନିପରିବା ଶିଶୁ ପାଇଁ ପୋଷାକ ବ୍ଯବସ୍ଥା କରାଇ ଥିବା ଦେଖିବାକୁ ମିଲିଥିଲା । ଏଠି ଗୋଟିଏ ପ୍ରଶ୍ନ ଯେ ଦାନଗଦୀ ବ୍ଲକରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ମାନଙ୍କ ପ୍ରକୃତ କଣ କାର୍ଯ୍ୟ କରୁଛନ୍ତି।ସୂଚନା ମୁତାବକ ସେଠାରେ ଥିବା ଅଙ୍ଗନବାଡି କାର୍ଯ୍ୟ କରୁନାହିଁ କି ଅଙ୍ଗନବାଡିକୁ ଆସୁଥିବା ପୁଷ୍ଟିକର ଦ୍ରବ୍ଯ ବାଟମାରଣା ହେଉଥିବା କଥା ସ୍ଥାନୀୟ ଲୋକ ଅଭିଯୋଗ ଆଣୁଥିବା ବେଳେ ବ୍ଲକରେ ଦାୟୀତ୍ୱରେ ଥିବା ଅଧିକାରୀ କଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ଆଲୋଚନା କରୁଥିବା ଦେଖିବାକୁ ମିଲିଛି।ସବୁ ପଛରେ ବ୍ଲକରେ ଥିବା ଅଧିକାରୀ ହିଁ ଦାୟୀ କାରଣ ଦାନଗଦୀ ବ୍ଲକରେ ଏହି ପରି ବହୁତ ପଞ୍ଚାୟତରେ ଅସୁବିଧା ଥିବା ଦେଖିବାକୁ ମିଳୁଛି। ଧନ୍ଯ ତମ ପାରିବା ପଣିଆକୁ ସରକାରଙ୍କ ତହବିଲରୁ ଦରମା ପାଇବା ପରେ ମଧ୍ଯ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ ଏତେ ପଛଘୁଞ୍ଚା କାହିଁକି ନା ସବୁ କାଗଜ ପତ୍ରରେ କାର୍ଯ୍ୟକରି ସରକାରଙ୍କ ପାଖରେ ବାହାବାହା ନେବା ପାଇଁ ଅଛନ୍ତି।ଯାହା କି ସାଧାରଣରେ ଆଲୋଚନା ହେଉଛି।

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା…
ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12…

Leave a Reply

Your email address will not be published. Required fields are marked *