ଆଜି ହୋଉଛି ଚକଲେଟ ଡେ!

ଆଜି ହୋଉଛି ଚକଲେଟ ଡେ!

ଫୋକସ ପ୍ଲସ 09/02/2023 (ବ୍ୟୁରୋ): ‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ପ୍ରେମ ହୋଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ପ୍ରେମୀଯୁଗଳ ଙ୍କର ମନ ରେ ଅନେକ ଖୁଶି ଭରି ହୋଇଅଛି! ଆଜି ପ୍ରେମ ଦିବସ ର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ଗତକାଲି ଗୋଲାପ ଡେ ଥିଲା ଏବଂ ଅନେକ ପୁଅ ଝିଅ ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠା ଭରିବେ ପ୍ରେମୀ ଯୁଗଳ ମାନେ । ପରସ୍ପରକୁ ଚକଲେଟ୍‌ ଖୁଆଇ ପ୍ରେମୀଯୁଗଳ ମାନେ ସମ୍ପର୍କ‌ କୁ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ସେମାନେ ।

ଚକୋଲେଟ ତରଳିଲା ପରି ହୃଦୟ ତରଳାଇବା ସମ୍ପର୍କ କୁ ଆଗକୁ ନେବେ ପ୍ରେମୀ ଯୁଗଳ ମାନେ
ପ୍ରେମ କୁ ପ୍ରକାଶ କରିବା ପାଇଁ ଆଜି ହେଉଛି ପ୍ରେମ ସପ୍ତାହର ତୃତୀୟ ଦିନ ଚକୋଲେଟ ଡେ । ଆଜି ଚକୋଲେଟ ଦେଇ ପ୍ରେମ ନିବେଦନ କରିବେ ପ୍ରେମୀଯୁଗଳ। କାରଣ ଝିଅ ମାନଙ୍କ ପ୍ରଥମ ପସନ୍ଦ ହୋଇଥାଏ ଚକୋଲେଟ । ପ୍ରେମିକଟିଏ ପ୍ରେମିକାକୁ ଚକୋଲେଟ ଦେଇ ନିଜର ମନର କଥା କହିଥାଏ । ପ୍ରେମ ପ୍ରକାଶ କରିବା ପାଇଁ ଚକୋଲେଟ ଏକ ଉତ୍ତମ ମାଧ୍ୟମ ବୋଲି ବୈଜ୍ଞାନିକ ମତ ମଧ୍ୟ ରହିଛି ଯାହା କୁହଯାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏଥିରେ ଥିଓବ୍ରୋମାଇନ୍ ଏବଂ କ୍ୟାଫେନ୍ ରହିଥିବାରୁ ଏହା ଖାଇବା ଦ୍ବାରା ମନୋବଳ ଦୃଢ ହୁଏ । ତେଣୁ ଚକୋଲେଟ ସ୍ୱାସ୍ଥ୍ୟ ଏବଂ ପ୍ରେମ ଜୀବନ ପାଇଁ ଲାଭଦାୟକ ବୋଲି କୁହାଯାଏ ।ଆଜି ଦିନରେ ଚକୋଲେଟ ଖୁଆଇ ଉଭୟ ପ୍ରେମୀ ଯୁଗଳ ହୃଦୟ କଥା କହିବେ ।

ତେବେ ଆପଣ ଯଦି କାହାକୁ ପସନ୍ଦ କରୁଛନ୍ତି, ତେବେ ଆଜି ଚକୋଲେଟ ଦେଇ ନିଜର ମନ କଥା ସେହି ବନ୍ଧୁକୁ କହିଦିଅନ୍ତୁ! ଦେଖିବେ ଚକୋଲେଟ୍‌ ଭଳି ଆପଣଙ୍କ ଜୀବନ ମିଠା ମିଠା ହୋଇଯିବ ।

Related post

ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଫୋକସ ପ୍ଲସ 09/02/2023(ବ୍ୟୁରୋ) ନବଦାସ ଙ୍କ ହତ୍ୟା ମାମଲାର ତଦନ୍ତ କରିବାକୁ ଗତକାଲି ରାତିରେ ବ୍ରହ୍ମପୁରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଜଳେଶ୍ୱରଖଣ୍ଡି…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…

Leave a Reply

Your email address will not be published. Required fields are marked *