ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଫୋକସ ପ୍ଲସ 09/02/2023(ବ୍ୟୁରୋ) ନବଦାସ ଙ୍କ ହତ୍ୟା ମାମଲାର ତଦନ୍ତ କରିବାକୁ ଗତକାଲି ରାତିରେ ବ୍ରହ୍ମପୁରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଜଳେଶ୍ୱରଖଣ୍ଡି ସ୍ଥିତ ପୈତୃତକ ଘରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋପାଳଙ୍କ ସ୍ତ୍ରୀ ଜୟନ୍ତୀ ଓ ଭାଇ ସତ୍ୟନାରାୟଣ ଝାରସୁଗୁଡ଼ାରେ ଥିବା ବେଳେ ବ୍ରହ୍ମପୁରରେ ତାଙ୍କ ଝିଅ ପ୍ରିୟଙ୍କା ଥିଲେ ।

ପରିବାର ଲୋକଙ୍କ ସହ ରହୁଥିବା ପ୍ରିୟଙ୍କାଙ୍କୁ ରାତି ୯ରୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍‌ ।

ପ୍ରିୟଙ୍କା ବର୍ତ୍ତମାନ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିସିଏ ପ୍ରଥମବର୍ଷ ଛାତ୍ରୀ ଅଟନ୍ତି । ଏହାପୂର୍ବରୁ ସେ ଯୁକ୍ତଦୁଇ କେଉଁଠି ପଢ଼ୁଥିଲେ ଏବଂ ହାଇସ୍କୁଲ ପାଠପଢ଼ା କେଉଁଠି ଥିଲା ସବୁ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ତାପରେ ପ୍ରିୟଙ୍କାଙ୍କ କ୍ୟାରିୟର ମାର୍କିଂ ଏବଂ ଭବିଷ୍ୟତ ଲକ୍ଷ୍ୟ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଅନ୍ୟପକ୍ଷରେ ମନ୍ତ୍ରୀ ନବଦାସଙ୍କୁ ଗୁଳି ପୂର୍ବରୁ ଏଏସ୍‌ଆଇ ଗୋପାଳ ଙ୍କ ତାଙ୍କ ଝିଅ ପ୍ରିୟଙ୍କାଙ୍କୁ ଭିଡିଓ କଲ୍‌ କରିଥିଲେ ।

ସେହି ସମୟରେ ସେ କ’ଣ କଥା ହୋଇଥିଲେ ଏବଂ କେଉଁଠି ଥିବାର ଦୃଶ୍ୟ ଦେଖାଯାଉଥିଲା ସେ ସମ୍ପର୍କରେ ମଧ୍ୟ ପଚରାଉଚରା କରିଥିଲେ ଯାହା ଜଣାପଡିଛି । ଭିଡିଓ କଲ୍‌ରେ କେତେ ସମୟ କଥା ହୋଇଥିଲେ ଏବଂ କଣ କହୁଥିଲେ ସବୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ରାତି ୨ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍‌ ରହିଥିଲା । ପଚରାଉଚରା ସରିବା ପରେ ଟିମ୍‌ ଭୁବନେଶ୍ୱର ଫେରିଥିବା ଯାହା କି ଜଣାପଡିଛି ।

Related post

ଆଜି ହୋଉଛି ଚକଲେଟ ଡେ!

ଆଜି ହୋଉଛି ଚକଲେଟ ଡେ!

ଫୋକସ ପ୍ଲସ 09/02/2023 (ବ୍ୟୁରୋ): ‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ପ୍ରେମ ହୋଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…

Leave a Reply

Your email address will not be published. Required fields are marked *