ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫୋକସ ପ୍ଲସ 12/02/2023( ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ଖେଳ ପଡିଆରେ ଗତ ୧୦ ଦିନ ଧରି ଚାଲି ଆସୁଥିବା ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରୁପ୍ରାରୋଡ଼ର ଏମଏସ ଏକାଦଶ ବାଗପୁର ରିଙ୍କୁ ଏକାଦଶକୁ ୩୫ ରନରେ ପରାଜିତ କରିଛି l ଏମଏସ ଇଲେଭେନ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇଥିଲା l ଏମଏସ ଏକାଦଶ ନିର୍ଦ୍ଧାରିତ ୧୫ ଓଭର ରେ ୯ ୱିକେଟ ହରାଇ ୧୪୯ ରନ କରିଥିଲା lଏବଂ ରିଙ୍କୁ ଏକାଦଶ ସାମନାରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଥିଲା l ଜବାବରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରି ରିଙ୍କୁ ଏକାଦଶ ୧୨ ଓଭର ଖେଳି ୧୩୦ ରନ କରି ଅଲ୍ ଆଉଟ୍ ହେଇଥିଲା l ନର୍ଲା କ୍ରିକେଟ କ୍ଲବର ସଭାପତି ଦିପୁ ପାତ୍ର ଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା । ପ୍ରିୟବ୍ରତ ଚାନ୍ଦ, ମିଳୁ ସେଠି, ଭବାନୀ ଶଙ୍କର ଗୌଡ଼ିଆ, ବିଭୁତି ରଥ ପ୍ରମୁଖ ନର୍ଲା କ୍ରୀକେଟ କ୍ଲବର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ରବିବାର ଦିନର ଫାଇନାଲ ମ୍ୟାଚ୍ ଶୃଙ୍ଖଳାର ସହ ସମାପନ ହୋଇଯାଇଛି l ଫାଇନାଲ ଖେଳରେ ସ୍କୋରବୋର୍ଡ ଦାୟିତ୍ୱରେ ବିମଲ ସାହାଣୀ ରହିଥିବା ବେଳେ ଯଶୋବନ୍ତ ପୁଝାରୀ, ଅନମୋଲ ଚାନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ସପ୍ତ ପ୍ରଧାନ ଏବଂ କୁମୁଦ ରାଉତ ଅମ୍ପାୟାର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ କ୍ରୀଡାବିତ ତ୍ରିଲୋକ୍ୟ ହରପାଲ, ନର୍ଲା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା କ୍ରୀଡ଼ାପ୍ରେମୀ ସମୀର ଚାନ୍ଦ ଯୋଗଦାନ କରି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ l ଫାଇନାଲ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ଏମଏସ ଏକାଦଶକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରଯାଇଥିବା ବେଳେ ଉପବିଜେତା ରିଙ୍କୁ ଏକାଦଶ କୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏନସିସି କ୍ରୀକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି ଓ ଉଜ୍ଜ୍ଵଳ ମୟ ଭବିଷ୍ୟତ କାମନା କରିଛନ୍ତି ।

Related post

ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ ବର୍ଷରେ କାର୍ଯ୍ୟ ଶୂନ l

ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ…

ଫୋକସ ପ୍ଲସ 27/2/23(ନର୍ଲା):ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କ ଠାରୁ ଅଞ୍ଚଳ ବାସୀ ଅନେକ ଆଶା ପୋଷଣ କରିଥିଲେ। ହେଲେ ସବୁତକ ଆଶା ଆକାଂକ୍ଷା ପାଣି ଫୋଟକା ପରି…
କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

ଫୋକସ ପ୍ଲସ ୨/୨/୨୩(ନର୍ଲା): କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ତେବେ ତୃଣମୂଳ ସ୍ତରରେ କେତେକ ଅସାଧୁ…

Leave a Reply

Your email address will not be published. Required fields are marked *