ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ ବର୍ଷରେ କାର୍ଯ୍ୟ ଶୂନ l

ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ ବର୍ଷରେ କାର୍ଯ୍ୟ ଶୂନ l

ଫୋକସ ପ୍ଲସ 27/2/23(ନର୍ଲା):ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କ ଠାରୁ ଅଞ୍ଚଳ ବାସୀ ଅନେକ ଆଶା ପୋଷଣ କରିଥିଲେ। ହେଲେ ସବୁତକ ଆଶା ଆକାଂକ୍ଷା ପାଣି ଫୋଟକା ପରି ମିଳାଇ ଯାଇଥିବା ଚର୍ଚ୍ଚା ଓ ଆଲୋଚନା ହେଉଛି । ଆଶାର ଆଲୋକରେ ନିରାଶାର କଳା ବାଦଲ ଛାଇ ଯାଇଥିବା ଜଣା ପଡ଼ିଛି । ୨୦୧୯ର ସାଧାରଣ ନିର୍ବାଚନରେ ଲୋକଙ୍କୁ ଫମ୍ଫା ପ୍ରତିଶୁତି ଦେଇ କ୍ଷମତାକୁ ଆସିଥିବା ନର୍ଲା ବିଧାୟକ ବର୍ତ୍ତମାନ ନର୍ଲା ବାସୀଙ୍କୁ ତାଙ୍କର ଅସଲ ଚେହେରା ଦେଖେଇ ଦେଇଛନ୍ତି l ଗତ ଚାରି ବର୍ଷ ଭିତରେ ବିଧାୟକ ହାତ ଗଣତି ଏଭଳି ଗୋଟିଏ ବି ଉନ୍ନତ ମୂଳକ କାର୍ଯ୍ୟ କରି ପାରିଲେ ନାହିଁ ଯେଉଁଥି ପାଇଁ କି ନର୍ଲା ଅଞ୍ଚଳ ବାସୀ ତାଙ୍କୁ ବିଧାନସଭାକୁ ପଠେଇ ଥିଲେ l

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହ ନର୍ଲା ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସିଲେ l କର୍ଲାମୁଣ୍ଡା, ମ.ରାମପୁର ପାଇଁ ପର୍ଯ୍ୟାପ୍ତ ସମୟ ପାଇଲେ ଅଥଚ ନର୍ଲା ଆସିବା ବେଳକୁ ସମୟର ଅଭାବ ରହିଥିଲା l ମ.ରାମପୁର କଲ୍ୟାଣ ମଣ୍ଡପ ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନ ପାଇଁ ସୁପାରିଶ କରି ପାରିଲେ ହେଲେ ନର୍ଲା ପାଇଁ ତାଙ୍କର ଆତ୍ମୀୟତା କୁଆଡେ ଗଲା? ନର୍ଲା ବିଧାୟକ ମ.ରାମପୁର ଓ କରଲାମୁଣ୍ଡା ପାଇଁ ତାଙ୍କର ସବୁବେଳେ ଅନୁକମ୍ପା ଓ ଦରଦ ରହୁଥିବା ବେଳେ ନର୍ଲା ପାଇଁ ବିଧାୟକ ମହୋଦୟଙ୍କ ଏ ପାତର ଅନ୍ତର ନୀତି କାହିଁକି ? ନର୍ଲା ବାସୀ କଣ ଆପଣଙ୍କୁ ଭୋଟ ଦେଇନାହାନ୍ତି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ସମଗ୍ର ରାଜ୍ୟରେ ୧୨୪ ସ୍ୱାସ୍ଥ୍ୟକେନ୍ଦ୍ର କୁ ୫ ଟି ରେ ରୂପାନ୍ତରଣ କରାଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ତାଲିକାରେ ନର୍ଲାର ଚିହ୍ନ ବର୍ଣ୍ଣ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ଯାଇଥିବା ନଜରକୁ ଆସିଛି l

ଆଜି ବି ଅବହେଳିତ ଅବସ୍ଥାରେ ରହିଛି ନର୍ଲା ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ର l ନାମକୁ ମାତ୍ର ଦୁଇଟି ଡାକ୍ତର l ସଙ୍କଟାପନ୍ନ ଅବସ୍ଥାରେ ରୋଗୀ ଟିଏ ଆସୀଲେ ସାଙ୍ଗେ ସାଙ୍ଗେ ଭବାନୀପାଟଣା ଜିଲ୍ଲା ସ୍ଵାସ୍ଥ କେନ୍ଦ୍ରକୁ ପଠେଇବାକୁ ପଡୁଛି l ଶବ ବ୍ୟବଛେଦ ଗୃହ ନ ଥିବାରୁ ରାମପୁର ନେବାକୁ ପଡୁଛି l ଗତ ଚାରି ବର୍ଷ ମଧ୍ୟରେ ନର୍ଲା ଲୋକଙ୍କ ପାଇଁ ଅଞ୍ଚଳରେ କଣ ଆବଶ୍ୟକ ରହିଛି ଯଦି ନର୍ଲା ବିଧାୟକ ଭୂପିନ୍ଦର ଜାଣି ପାରିଲେ ନାହିଁ ତା ହେଲେ ନର୍ଲା ବାସୀଙ୍କ ପାଇଁ ଇଆଠୁ ଦୁଃଖର ବିଷୟ କଣ ହେଇ ପାରେ ବୋଲି ସାଧାରଣରେ ଅସନ୍ତୋଷର ବାତାବରଣ ଦେଖା ଦେଇଛି l ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏଥର ଏହାର ଠିକ ଜବାବ ଦିଆ ଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି l

Related post

ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫୋକସ ପ୍ଲସ 12/02/2023( ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ଖେଳ ପଡିଆରେ ଗତ ୧୦ ଦିନ ଧରି ଚାଲି ଆସୁଥିବା ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ…
କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

ଫୋକସ ପ୍ଲସ ୨/୨/୨୩(ନର୍ଲା): କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ତେବେ ତୃଣମୂଳ ସ୍ତରରେ କେତେକ ଅସାଧୁ…

Leave a Reply

Your email address will not be published. Required fields are marked *