କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ

କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ

ଫୋକସ ପ୍ଲସ 9/3/2023(ବ୍ୟୁରୋ): କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ |କିଏ ଜାଣିଥିଲା ଏହା ତାଙ୍କ ଜୀବନର ଶେଷ ଦିନ ହେବ ବୋଲି |ହୋଲିରେ ଖୁବ ହୋଲି ଖେଳିଲେ କିନ୍ତୁ ହଠାତ ଏମିତି ମୃତ୍ୟୁ ଆସିବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ | ଏହା ତାଙ୍କର ଶେଷ ହୋଲି ହେବ ବୋଲି ସେ ଆଗରୁ କେବେ ଭାବି ନଥିଲେ | ଆଉ ଏଇଠି ହିଁ ସରିଗଲା ତାଙ୍କ ଶେଷ ଯାତ୍ରା |ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି।୧୯୫୬ ଏପ୍ରିଲ ୧୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା |। ଥିଏଟର ପରେ ବଲିଉଡ଼ରେ ପାଇଥିଲେ ବ୍ରେକ୍। ୧୯୮୩ରେ ମାସୁମ୍ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବେ ସେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। ସତିଶ ଦିଲ୍ଲୀ ସ୍କୁଲରେ ତାଙ୍କର ପାଠ ପଢା ଆରମ୍ଭ କରିଥିଲେ । ଆଉ ତାଙ୍କର ଅଭିନୟ ପାଇଁ ଖୁବ ଦୁର୍ବଳତା ରହିଥିଲା । ସେ କଲେଜ ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମରେ ଆଡମିଶନ୍ କରିଥିଲେ ।ବଲିଉଡରେ ପ୍ରବଶେ କରିବା ପାଇଁ କଲେଜ ସମୟରୁ ବହୁ ଅଡିସନ୍ ମଧ୍ୟ ଦେଉଥିଲେ । ତେବେ ୧୯୮୭ରେ ଫିଲ୍ମ ’ମିଷ୍ଟର ଇଣ୍ଡିଆ’ରେ ବଲିଉଡ଼ରେ ଆକ୍ଟିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ରୋଲ୍ ତାଙ୍କୁ ଦେଇଥିଲା ନୂଆ ପରିଚୟ। ତା ପରଠୁ ଆଉ ପଛକୁ ଫେରିନଥିଲେ ସତୀଶ। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ନିଚ୍ଛକ ଛାପ ଛାଡ଼ିଯାଇଛି । ରୁପ୍ କି ରାନୀ , ଚୋରୋ କା ରାଜ୍ ଫିଲ୍ମରେ ନିର୍ଦ୍ଦେଶନାରେ ଦେଇଥିଲେ ପାଦ।୧୯୯୭ର ଫିଲ୍ମ ଦିୱାନା ମସ୍ତାନାରେ ପପୁ ରୋଲ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ମୋଡ଼। ୧୯୯୦ ରେ ରାମ୍ ଲଖନ ଓ ୧୯୯୭ରେ ସାଜନ ଚଲେ ସସୁରାଲ୍ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ହ୍ୟାସ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ସତୀଶ। ତାଙ୍କ କମେଡି ଟାଇମିଂ କୁହନ୍ତୁ, କି କିଛି ଇମୋସନାଲ ସିନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କ୍ଷେତ୍ରରେ ସେ ପାଇଛନ୍ତି ଅନେକ ପ୍ରସିଦ୍ଧି । ରିଲ୍‌ରେ ଦର୍ଶକଙ୍କୁ ହସାଇହସାଇ ବେଦମ କରୁଥିଲେ ସତୀଶ । ହେଲେ ରିଅଲ ଲାଇଫରେ ଥିଲେ ଖୁବ୍ ଦୁଃଖି । ୨ବର୍ଷ ବୟସରେ ପୁଅକୁ ହରାଇଥିଲେ ସତୀଶ । ତଥାପି ଜୀବନ ଯୁଧ୍ୟରେ ହାରିନଯାଇ ନିଜ ଜୀବନକୁ ଅନ୍ୟମାନଙ୍କୁ ହସାଇବାରେ ବିତାଉଥିଲେ ।ତାଙ୍କ ଅଭିନୀତ ତେରେନାମ, କର୍ଜ, ହାମରା ଦିଲ୍ ଆପକେ ପାସ୍ ହେ, ହମ୍‌ ଆପକେ ଦିଲ ମେ ରେହେତ ହେ, ମୁଝେ କୁଛ କେହେନା ହେ, ଏମର୍ଜେନସି ଆଜିବି ତାଙ୍କୁ ଫ୍ୟାନ୍ସଙ୍କ ମନରେ ବସାଇଛି । ତେବେ ସତିଶଙ୍କର ମର୍ତ୍ୟୁ ପରେ ଭଲ ସାଙ୍ଗକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅଭିନେତା ଅନୁପମ ଖୈର୍ ।ଆଉ ସେ ଟୁଇଟ୍ କରି ୪୫ବର୍ଷର ବନ୍ଧୁତ୍ବରେ ବିରାମ ଲାଗିଲା ବୋଲି ଲେଖିଛନ୍ତି । ନିଜର ବନ୍ଧୁର ମୃତ୍ୟୁ ରେ ସେ ଖୁବ ଦୁଃଖ ପ୍ରକାଶ କରିଛନ୍ତି |

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…

Leave a Reply

Your email address will not be published. Required fields are marked *