ଫୁସଫୁସ୍ ଓ ପାଚନ ତନ୍ତ୍ରରେ ରୋଗ କରାଇଥାଏ ଫ୍ରିଜ୍‌ ପାଣି

ଫୁସଫୁସ୍ ଓ ପାଚନ ତନ୍ତ୍ରରେ ରୋଗ କରାଇଥାଏ ଫ୍ରିଜ୍‌ ପାଣି

ଫୋକସ ପ୍ଲସ 9/3/2023(ବ୍ୟୁରୋ): ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଅସହ୍ୟ ହେଲାଣି ଖରା । ଖରା ତାତିରୁ ତୃଷ୍ଣା ଉପଶମ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି । କାରଣ ଫ୍ରିଜ ପାଣି ପାଟିକୁ ଥଣ୍ଡା ଲାଗିଥାଏ ।

ଯଦି ଆପଣ ଫ୍ରିଜ ପାଣି ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ କାରଣ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର କ୍ଷତି ପହଞ୍ଚାଇପାରେ । ତେବେ ଆଜି ଆସନ୍ତୁ ଆଲୋଚନା କରିବା ଫ୍ରିଜ୍‌ ପାଣି ପିଇବା ଦ୍ୱାରା ଆମ ଶରୀରର କେଉଁ ପ୍ରକାର କ୍ଷତି ପହଞ୍ଚାଇଥାଏ ।

-ଫ୍ରିଜ୍ ପାଣି ପିଇବା ଦ୍ଵାରା ଗଳା ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତେବେ ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହୋଇଥାଏ ।

-ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ । ପରିଣାମ ସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୋଇନଥାଏ । ପେଟ ସଫା ନହେବା ଦ୍ୱାରା ଅନେକ ରୋଗ ଦେଖାଦେଇଥାଏ ।

-ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଉଛି । ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ୟ କମ୍ କରିଥାଏ।

-ଫ୍ରିଜ୍ ପାଣି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ । ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *