ହୋଲିରେ ଚାଲିଗଲା ଦୁଇ ସାଙ୍ଗ ଙ୍କ ଜୀବନ

ହୋଲିରେ ଚାଲିଗଲା ଦୁଇ ସାଙ୍ଗ ଙ୍କ ଜୀବନ

ଫୋକସ ପ୍ଲସ 9/3/2023(ବ୍ୟୁରୋ): ପ୍ରୀତିପୁର ମାଂସଡ଼ା ରାସ୍ତାର ସିମଚତୁରୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ବେଳେ,ଦୁଇଜଣ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଜିଲ୍ଲା ମେଡିକାଲକୁ ଏବଂ ପରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ ହୋଇଥିଲା ବେଳେ ସେଠାରେ ଆଉଜଣଙ୍କର ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ ତିନି ସାଙ୍ଗ ବାଇକ ରେ ଫେରୁଥିବା ବେଳେ ବାଇକ ଟି ଭାରସମ୍ୟ ହରେଇ କପିଳା ରାସ୍ତା ରେ ଗୋଟେ ଗଛରେ ପିଟିହୋଇଯାଇଥିଲା. ଫଳରେ ପ୍ରୀତିପୁର ଗ୍ରାମର ଅଶୋକ ଦାସଙ୍କ ଏକମାତ୍ର ପୁତ୍ର ଚନ୍ଦନ ଦାସ ଓରଫ ଗଣ୍ଠିଆ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇ ଗୁରୁତର ଙ୍କ ମଧ୍ୟରୁ,କଟକ ମେଡିକାଲ ରେ ବାଲିସାହି ଗ୍ରାମ ର ଉପେନ୍ଦ୍ର ବେହେରା ଙ୍କ ପୁତ୍ର ଧନେଶ୍ୱର ବେହେରା ଓରଫ ଧନି ର ମୃତ୍ୟୁ ହୋଇଯାଇଛି. ହୋଲି ପରି ଏକ ଖୁସି ଦିନ ରେ ଏଭଳି ଘଟଣା ସମଗ୍ର ଅଂଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି I

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *