
ଉଡୁଛନ୍ତି ମଲା ପକ୍ଷୀ,ଆଶ୍ଚର୍ଯ୍ୟ !
- ରାଜନୀତି
- March 11, 2023
- No Comment
- 18
ଦର୍ଶକ ବନ୍ଧୁ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମଲା ପକ୍ଷୀ ଏଠାରେ କିପରି ଉଡୁଛି ବୋଲି | ଆଜ୍ଞା ଆଜି କାଲିର ଟେକ୍ନୋଲୋଜିର ଯୁଗରେ ସବୁ କିଛି ସମ୍ଭବ | ଆଉ ଯାହା ପାଖରେ ଯେତେ ଉନ୍ନତ ଜ୍ଞାନକୌଶଳ ସେ ଦେଶ ସେତେ ଆଗରେ । ଏଭଳି ସମୟରେ ଗୁଇନ୍ଦାଗିରି ମଧ୍ୟ ନେଉଛି ନୂଆ ରୂପ । ସେ ଭିତରୁ ଅନ୍ୟତମ ହେଉଛି ପକ୍ଷୀ ମାଧ୍ୟମରେ ଗୁଇନ୍ଦାଗିରି । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏଇ କିଛି ଦିନ ତଳେ ପାରାଦୀପରେ ସମୁଦ୍ର ଭିତରୁ ସନ୍ଦିଗ୍ଧ ଗୁଇନ୍ଦା ପାରା ଧରାପଡିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏମିତି ଗୁଇନ୍ଦାଗିରି କିଛି ନୂଆ କଥା ନୁହେଁ ।ଏମିତି ଅନେକ ଥର ହୋଇଛି ମଧ୍ୟ| ହେଲେ ସମୟ ସହ ପକ୍ଷୀ ମାଧ୍ୟମରେ ଗୁଇନ୍ଦାଗିରି ଆହୁରି ସାଂଘାତିକ ହେବାରେ ଲାଗିଛି । ଯାହାର ଉଦାହରଣ ହେଉଛି,ରୋବୋଟିକ୍ ପକ୍ଷୀ ବା ମଲା ପକ୍ଷୀ । ପକ୍ଷୀ ମାଧ୍ୟମରେ କେମିତି ହୁଏ ଗୁଇନ୍ଦାଗିରି, କେମିତି ଏହାର ମୁକାବିଲା କରିହେବ ସେ ବିଷୟରେ ଜାଣନ୍ତୁ , ମଲା ପକ୍ଷୀ ବା ରୋବଟ ପକ୍ଷୀ ଏମାନେ ଆକଶରେ ଉଡ଼ୁଥିଲେ, କିଛି ବି ଜଣାପଡ଼ିବନି । ପୁରା ଅବିକଳ ଲାଗିବ ଯେମିତି ଅନ୍ୟ ପକ୍ଷୀଙ୍କ ଭଳି ଉଡ଼ୁଛନ୍ତି । କିନ୍ତୁ ଏହା ରୋବୋଟ ପକ୍ଷୀ । ଅର୍ଥାତ ପକ୍ଷୀଙ୍କ ଭଳି ଦିଶୁଥିଲେ ମଧ୍ୟ ଏମାନେ ସମ୍ପୂର୍ଣ୍ଣ ଭାବେ ଲ୍ୟାବରେ ପ୍ରସ୍ତୁତ ହୋଇଥାନ୍ତି ।ଆଉ ଏଭଳି ରୋବୋଟ ପକ୍ଷୀ ମୁଖ୍ୟତଃ ଗୁଇନ୍ଦାଗିରି ପାଇଁ ପ୍ରସ୍ତୁତ କରାଯାଏ । ରିମୋଟ୍ ଦ୍ବାରା ପରିଚାଳିତ ଏହି ରୋବୋଟ ପକ୍ଷୀର ଦେହରେ ଲାଗିଥାଏ, କ୍ୟାମେରା, ସ୍ପିକର ସହ ଅନ୍ୟାନ୍ୟ ଜିନିଷ । ତେବେ ରିମୋଟ ଦ୍ୱାରା ପରିଚାଳିତ ଏହି ରୋବୋଟ୍ ପକ୍ଷୀ, ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇଥାଏ । ବିଶେଷକରି ଶତ୍ରୁ ଦେଶର ଗୁପ୍ତ ଆଡ୍ଡା, ସାମରିକ ସୂଚନା ହାସଲ କରିବା ସହ ନଜର ରଖିଥାଏ । କେବଳ ଗୁଇନ୍ଦା ନୁହେଁ ଏହାକୁ ଅନ୍ୟ କାମରେ ମଧ୍ୟ ଲଗାଯାଇଥାଏ । ଯେମିତି ଅପହଞ୍ଚ ଇଲାକାର ଦୃଶ୍ୟ ଉତ୍ତୋଳନ କରିବା, ଗୋଟିଏ ଜାଗାରେ ଥାଇ ମାଇଲ ମାଇଲ ଦୂର ଚିତ୍ର ଉତ୍ତୋଳନ କରିବା । ହେଲେ ଏହି ରୋବାଟ ପକ୍ଷୀ ବର୍ତ୍ତମାନ ସମୟ ପାଇଁ ଯେତିକି ଲାଭଦାୟକ ସେତିକି ବିପଜ୍ଜନକ ମଧ୍ୟ ପାଲଟିଛି ।
ଖାଲି ରୋବୋଟ ପକ୍ଷୀ କାହିଁକି, ଆଉ ଏକ ଗୁଇନ୍ଦା ପକ୍ଷୀ ମଧ୍ୟ ବଢ଼ାଇଛି ଚିନ୍ତା । ଦେଖିବାକୁ ଏହା ସାଧାରଣ ପକ୍ଷୀଙ୍କ ଭଳି ଲାଗୁଛି । ଏପରିକି ଧରାପଡ଼ିଲେ ବି ଏହାକୁ ଦେଖି ଯେ କୌଣସି ଲୋକ ଆଶ୍ଚଯ୍ୟ ହୋଇଯିବ। କାରଣ ଏମାନଙ୍କୁ ମଲା ପକ୍ଷୀରୁ ହିଁ ପ୍ରସ୍ତୁତ କରାଯାଇଥାଏ । ଅର୍ଥାତ ମୃତପକ୍ଷୀଙ୍କୁ ଡ୍ରୋନ୍ ପକ୍ଷୀ ଭାବେ ପ୍ରସ୍ତୁତ କରାଯାଏ । ମଲା ପକ୍ଷୀ ଶରୀରର ଏମିତି ଜିନିଷ ନିଆଯାଏ, ଯାହାକି ଦୀର୍ଘ ଦିନ ଧରି ତାହା ନଷ୍ଟ ହେବନି । ଏହାଭିତରେ ପୁଣି ଖଞ୍ଜାଯାଇଥାଏ- ମାଇକ୍ରୋଫୋନ୍, କ୍ୟାମେରା, ସ୍ପିକର, CPU, ବ୍ୟାଟେରୀ, ଚାର୍ଜିଂ କଏଲ୍, ଓ୍ବାୟାରଲେସ୍ ଆଣ୍ଟେନା ଇତ୍ୟାଦି |ତେବେ ଏଠାରେ ଚିନ୍ତାଜନକ ବିଷୟ ହେଲା, ଏହାକୁ ଚିହ୍ନଟ କରିବା ସହଜ ହୋଇନଥାଏ । ଏପରିକି ଏହା ରାଡାରକୁ ମଧ୍ୟ ଚକ୍ମା ଦେବାରେ ସକ୍ଷମ ହୋଇଥାଏ । ଡ୍ରୋନ୍ ପକ୍ଷୀଙ୍କ ତୁଳନାରେ ଏହା ଅତି ନିକଟରୁ ଯାଇ ଚିତ୍ର ଉତ୍ତୋଳନ କରିପାରିବ । କାରଣ ହେଲା, ଡ୍ରୋନ୍ ପକ୍ଷୀ ପାଖକୁ ଆସିଲେ, ଏହା ଧରାପଡ଼ିବାର ସମ୍ଭାବନା ଅଧିକ ରହିଛି । ହେଲେ ମଲା ପକ୍ଷୀରୁ ପ୍ରସ୍ତୁତ ଡ୍ରୋନ୍, ଅତି ନିକଟକୁ ଆସିଲେ ବି ଚିହ୍ନଟ କରିବା ଏକପ୍ରକାର ଅସମ୍ଭବ ହୋଇପଡିବ | ତେଣୁ ଗୁଇନ୍ଦାଗିରିକୁ ଏକ ଅଲଗା ସ୍ତରକୁ ନେଇଯାଇପାରେ । ବର୍ତ୍ତମାନ ପ୍ରୋଟୋ ଟାଇପ୍ ଷ୍ଟେଜ୍ରେ ରହିଛି ଏହି ମଲା ଡ୍ରୋନ୍ ପକ୍ଷୀ ।ସେ ବେଶୀ ଦୂର ପର୍ଯ୍ୟନ ଉଡି ପାରିବ ନାହିଁ | ଦର୍ଶକ ବନ୍ଧୁ ଏବେ ଯେଉଁ ପାରା କିଛି ଦିନ ତଳେ ପାରାଦୀପ ବନ୍ଦରରୁ ଉଦ୍ଧାର ହୋଇଥିଲା ସେ ବିଷୟରେ ଏ ପର୍ଯ୍ୟନ୍ତ ମଧ୍ୟ କିଛି ଠୋସ ପ୍ରମାଣ ମିଳିପାରି ନାହିଁ |ପାରାଦୀପ ସମୁଦ୍ରରୁ ଉଦ୍ଧାର ସନ୍ଦିଗ୍ଧ ସ୍ପାଏ ପାରାକୁ ନେଇ ଅନେକ ପ୍ରଶ୍ନ ଏବେ ଉଠୁଛି । କେଉଁଠୁ ଆସିଛି ଏ ପାରା ? କିଏ ପଠାଇଥିଲା, ଆଉ ଉଦ୍ଦେଶ୍ୟ କେତେ ସାଙ୍ଘାତିକ ଥିଲା ? ତାହା ଏବେ ଚାରିଆଡେ ଚର୍ଚା ହେଉଛି । ଭାରତ ପାଇଁ ବିପଦ ସାଜିବନି ତ ଏହି ସନ୍ଦିଗ୍ଧ ପରା ? ତାହା ଏବେ ସନ୍ଦେହ ଘେରରେ ଅଛି |