12 ବର୍ଷ ପରେ ଗାଁକୁ ଫେରିଲା ପୁଅ, ହଠାତ ଦେଖି ଆଶ୍ଚର୍ଯ୍ୟ

12 ବର୍ଷ ପରେ ଗାଁକୁ ଫେରିଲା ପୁଅ, ହଠାତ ଦେଖି ଆଶ୍ଚର୍ଯ୍ୟ

ଫୋକସ ପ୍ଲସ 11/3/23(ବ୍ୟୁରୋ): 12 ବର୍ଷ ପରେ ଗାଁକୁ ଫେରିଲା ପୁଅ l ସମସ୍ତେ ଭାବିଥିଲେ ପୁଅ ମୃତ l ହେଲେ ହଠାତ ପୁଅକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ l ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତ କାଳମ୍ବା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l ପିଲାଦିନୁ ବାପା ମା’ ଛେଉଣ୍ଡ ଶାନ୍ତନୁ l ଶେଷରେ ନିଜ ଆଈ ଓ ଦୁଇ ଭଉଣୀ ଙ୍କ ପାଖରେ ରହୁଥିଲେ l ଦୁଇ ଭଉଣୀ ଙ୍କ ବିବାହ ପରେ ଶାନ୍ତନୁ ଏକା ହୋଇଯାଇଥଲେ |ଶାନ୍ତନୁ ୭ ବର୍ଷ ବୟସର ହୋଇଥିବା ସମୟରେ ଖୋର୍ଦ୍ଧା ର ଜଣେ ଦଲାଲ ଲୋକ ସଂଗ୍ରହ କରିବା ପାଇଁ କାଳମ୍ବା ରେ ପହଞ୍ଚିଥିଲା | କଳମ୍ବା ର କିଛି ଶାନ୍ତନୁ ଙ୍କର ସମ୍ପର୍କୀୟ ଲୋକ ସେ ଦଲାଲ ସହ ଯିବାକୁ ବାହାରିଥିଲେ l ସେ ସମୟରେ ଶାନ୍ତନୁ ଗାଁ ରେ ବେସାହାରା ଅବସ୍ଥାରେ ବୁଲୁଥିଲେ | ଏକଥା ଶୁଣି ଶାନ୍ତନୁ ମନ ବଳାଇଲା ମୁଁ ମଧ୍ୟ୍ୟ ଦାଦନ ଯାଇ ମୁଁ ବି କିଛି ଅର୍ଥ ଉପାର୍ଜନ କରିବି | ଆଉ ଶାନ୍ତନୁ ମଧ୍ୟ୍ୟ ତାର ସମ୍ପର୍କୀୟ ମାନଙ୍କ ସାଙ୍ଗରେ ଦାଦନ ଖଟିବାକୁ ଗଲା | ଖୋର୍ଦ୍ଧା ର ଦଲାଲ ଘରେ ଗୋଟିଏ ରାତି ରହିବା ପରେ ତାପର ଦିନ ଟ୍ରେନ ରେ ପାଣ୍ଡିଚେରୀ ଗଲେ |ପଣ୍ଡିଚେରୀ ରେ ଠିକାଦାର ଜିତେନ୍ଦ୍ର ବଳ ଙ୍କ ପାଖରେ ଖୋର୍ଦ୍ଧା ର ଦଲାଲ ନେଇ ସମସ୍ତ ଙ୍କୁ ପହଞ୍ଚାଇଥିଲା | ସେଠାରେ ପହଂଚିବା ପରେ ଶାନ୍ତନୁ ଙ୍କର ସମ୍ପର୍କୀୟ ମାନଙ୍କୁ ଗୋଟିଏ କମ୍ପାନୀ ରେ ଠିକାଦାର ଜିତେନ୍ଦ୍ର ନିୟୋଜିତ କରିଥିଲା କିଛି ଶାନ୍ତନୁ କୁ ବୟସ ନ ହୋଇଥିବାରୁ ତାକୁ କୌଣସି କମ୍ପାନୀ ଗ୍ରହଣ କରିନଥିଲା | ତେଣୁ ଶାନ୍ତନୁ ଜିତେନ୍ଦ୍ର ଘରେ କାମ କରିଥିଲା | ଏକ ବର୍ଷ କାଳ ଜିତେନ୍ଦ୍ର ଘରେ ଶାନ୍ତନୁ ଘର ସଫା ଠାରୁ ଆରମ୍ଭ କରି ପ୍ରତେକ କାମ କରିଥିଲା | ଶାନ୍ତନୁ ର ସମ୍ପର୍କୀୟ ମାନେ କିଛି ସେହି କମ୍ପାନୀ ରେ କିଛି ଦିନ କାମ କଲା ପରେ ସେମାନଙ୍କର ପାରିଶ୍ରମିକ ନ ପୋଷେଇବାରୁ ସେମାନେ ସେ କମ୍ପାନୀ ରୁ ଲୁଚି କରି ଚାଲି ଆସିଲେ | ଶାନ୍ତନୁ ଏକା ରହିଗଲା ଜିତେନ୍ଦ୍ର ଘରେ | ଶାନ୍ତନୁ ନିଜର ସମ୍ପର୍କୀୟ ମାନଙ୍କୁ ଖୋଜିବା ପରେ ନ ଦେଖି ଜିତେନ୍ଦ୍ର କୁ ବାରମ୍ବାର କହିବା ପରେ ତାର ସମ୍ପର୍କୀୟ ମାନଙ୍କୁ ଦେଖା କରିବାକୁ ଜିତେନ୍ଦ୍ର ତାକୁ ମନା କରିଥିଲା |ସେମାନେ କୁଆଡ଼େ ଲୁଚି କୁ ଚାଲିଗଲେ ମୁଁ ଖୋଜିକି ପାଉନି | ଶାନ୍ତନୁ ର ଆଖିର ଲୁହ ଆଖିରେ ରହିଗଲା |ଦୁଃଖ କଷ୍ଟ କୋହ କୁ ଛାତିରେ ଚାପି ଜିତେନ୍ଦ୍ର ଘରେ ପଡିରହିଲା ଶାନ୍ତନୁ | କିନ୍ତୁ ବଦମାସ ଜିତେନ୍ଦ୍ର ଏହାର ସୁଯୋଗ ନେଇ ଶାନ୍ତନୁ କୁ ଶାରୀରିକ ମାନସିକ ନିର୍ଯାତନା ଦେଇ ତାର ଘର କାମ ରେ ନିୟୋଜିତ କଲା | ଏକ ବର୍ଷ ତାର ଘରେ ଖଟିବା ପରେ ଯେତେବେଳେ ଶାନ୍ତନୁ କୁ ୯ ବର୍ଷ ହୋଇଥିଲା ପ୍ରଥମେ ଗୋଟେ ଡଟ ପେନ କମ୍ପାନୀ ରେ ଜିତେନ୍ଦ୍ର ତାକୁ ନିୟୋଜିତ କରି ପ୍ରତେକ ମାସରେ 8000/- ଟଙ୍କା ଜିତେନ୍ଦ୍ର ଚଞ୍ଚକତା କରି କମ୍ପାନୀ ରୁ ନେଇ ଆସୁଥିଲା | ତାପରେ ରିଙ୍ଗ କମ୍ପାନୀ ରେ ନିୟୋଜିତ କରି 9000/ ଟଙ୍କା ଲେଖାଏଁ ପ୍ରତେକ ମାସରେ ଆଦାୟ କରି ନେଇଗଲା |ତାପରେ ରୁଚି ଗୋଲଡ଼ କମ୍ପାନୀ ରେ ଜିତେନ୍ଦ୍ର ନିୟୋଜିତ କରି 10.500/-ଟଙ୍କା ଲେଖାଏଁ ଲୁଟି ନେଲା |ତାପରେ ନିଜେ ଗୋଟିଏ ପେପର କପ କଂପାନୀ ତିଆରି କରି 2014 ମସିହା ରେ ଶାନ୍ତନୁ କୁ ନିୟୋଜିତ କଲା ଏବଂ ଶାନ୍ତନୁ କୁ 15.000/- ଲେଖାଏଁ ଦେବା ପାଇଁ କହିବା ସହ କମ୍ପାନୀ ର ଦାୟିତ୍ୱ ଦେଇଥିଲା | ଶାନ୍ତନୁ ତାକୁ ବାରମ୍ବାର ପଇସା ମାଗିବା ସତ୍ୱେ ପଇସା ନଦେଇ ବଦମାସ ଜିତେନ୍ଦ୍ର ଭୂତେଇ ଚାଲିଲା | ଶାନ୍ତନୁ ସବୁବେଳେ ସୁଯୋଗ ଖୋଜୁଥିଲା ମୁଁ ଏ ମରଣ ଯନ୍ତା କୁ କିଭଳି ଘରକୁ ଫରିବି | କାରଣ ସକାଳ 8 ରୁ ସନ୍ଦ୍ୟା 8 ପର୍ଯ୍ୟନ୍ତ ଡ୍ୟୁଟି କରିବା ତା ପାଇଁ ଯେତେ କଷ୍ଟ ସାଧ୍ୟ ଥିଲା ତା ଠାରୁ ଅଧିକ କଷ୍ଟ ସାଧ୍ୟ ଥିଲା ଜିତେନ୍ଦ୍ର ଘରେ ପୁଣି ସଂଧ୍ୟା 8 ପରେ ରାତି 12 ପର୍ଯ୍ୟନ୍ତ କାମ କରିବା | ପୁଣି ସକାଳ 4 ରୁ 7 ପର୍ଯ୍ୟନ୍ତ କାମ କରିବା | ଭାଗ୍ୟର ବିଡମ୍ବନା ଦେବ ଦୂତ ସାଜି 10 ବର୍ଷ ପରେ ଖୋର୍ଦ୍ଧା ଜଣେ ଯୁବକ ଯିଏ କି ଶାନ୍ତନୁ ସହ ଦେଖା ହୋଇଥିଲେ | ଦେଖା ହେବା ପରେ ଶାନ୍ତନୁ ନିଜର ଦୁଃଖ କଷ୍ଟ ର ଅନୁଭୂତି କୁ ତାଙ୍କ କହିଥିଲା କହିବା ରେ ଖୋର୍ଦ୍ଧା ର ଯୁବକ କାବୁ ତାଙ୍କୁ ଆଶ୍ୱାସନା ଦେବା ସହ ଗ୍ରାମ କୁ ଫେରିବା ର ଉପାୟ ବତାଇଥିଲେ | କିନ୍ତୁ ସେତେବେଳେ କୁ ଶାନ୍ତନୁ ର କିଛି ତାର ଠିକଣା ମନେ ନଥିଲା | କେବଳ ଦୁଇଟି କଥା ସେ ମନେ ରଖିଥିଲା ଜିଲ୍ଲା ନୟାଗଡ଼ ଗାଁ କଳମ୍ବା | କାବୁ ଆଶ୍ୱାସନା ଦେଇଥିଲେ ତୋତେ ମୁଁ ତୋର ଘରେ ନେଇ ଛାଡ଼ିବି ପରବର୍ତୀ ସମୟରେ ଜିତେନ୍ଦ୍ର କମ୍ପାନୀ ରୁ ଲୁଚି ଶାନ୍ତନୁ କାବୁ ପାଖରେ ପହଂଚି ଗୋଟିଏ କମ୍ପାନୀ ରେ କାମ କରି କିଛି ପଇସା ରୋଜଗାର କରିଥିଲା | କିଛି ଦିନ ପରେ କାବୁ ସହ ଆସି କାବୁ ଘର ଖୋର୍ଦ୍ଧା ରେ 4 ଦିନ ରହିଥିଲା | କାବୁ ବହୁତ ଚେଷ୍ଟା କରି ଥିଲେ ଶାନ୍ତନୁ ଙ୍କୁ ତାର ଘରେ ପହଂଚାଇବା ପାଇଁ କାବୁ ଶାନ୍ତନୁ କୁ ନେଇ ନୟାଗଡ଼ ଜିଲ୍ଲାପାଳ ଙ୍କ ପାଖରେ ପହଂଚି ଥିଲା | ପରବର୍ତୀ ସମୟରେ ନୟାଗଡ଼ ଜିଲ୍ଲାପ୍ରଶାସନ ଶାନ୍ତନୁ କୁ ନେଇ ତାର ଘରେ କାଳମ୍ବା ରେ ପହଞ୍ଚାଇଥିଲା | ଶାନ୍ତନୁ ଙ୍କୁ ପାଇବା ପରେ ତାର ପରିବାର ତାକୁ କୋଳେଇ ନେଇଥିଲେ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *