ଓଡ଼ିଶାରେ ବିଜେଡି -ବିଜେପି ମଧ୍ୟରେ ମହା ଲଢେଇ

ଓଡ଼ିଶାରେ ବିଜେଡି -ବିଜେପି ମଧ୍ୟରେ ମହା ଲଢେଇ

ଫୋକସ ପ୍ଲସ 12/3/23(ବ୍ୟୁରୋ): ଆଗକୁ 2024 ଲୋକସଭା ନିର୍ବାଚନ ପାଖେଇ ଆସୁଛି | ଏହା ପୂର୍ବରୁ ଚଳିତ ବର୍ଷ 6ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବାକୁ ଅଛି | ନିକଟରେ ପ୍ରକାଶ ପାଇଥିବା 3ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି | ତେଣୁ ଏବେ ବିଜେପିର ନଜର ଅନ୍ୟ ରାଜ୍ୟ ଉପରେ ରହିଛି | ତେବେ ସେହି ରାଜ୍ୟ ମାନଙ୍କ ମଧ୍ୟରୁ ବିଜେପି ଏବେ ଓଡିଶାକୁ ଅଧିକ ଗୁରୁତ୍ବ ଦେଉଛି | ସେଥିପାଇଁ ବହୁ ବର୍ଷ ଧରି ରାଜ୍ୟରେ ନିଜର ଶାସନ ବଜାୟ ରଖିଥିବା ବିଜେଡ଼ିକୁ ହଟାଇ ସରକାର ଗଠନ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି |ସୂଚନା ଅନୁସାରେ ଖୁବ ଶୀଘ୍ର ଓଡିଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ,ଗୃହ ମନ୍ତ୍ରୀ ଅମିତ ସାହ ,ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ରୀୟ ନେତ୍ରୁ ବୃନ୍ଦ | ତେବେ ପୂର୍ବ ଅପେକ୍ଷା ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବିଜେପିର ପ୍ରଦର୍ଶନରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି |ଏକଦା ପାଖ ପାଖି 17 ପ୍ରତିଶତ ଭୋଟ ପାଉଥିବା ବିଜେପି ଏବେ 40 ପ୍ରତିଶତରେ ପହଂଚି ଯାଇଛି |ଆଉ ନିଜର ଅକ୍ତିଆର ବିସ୍ତାର କରିବାରେ ଲାଗିଛି |ତେଣୁ ଗତ 9 ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଉଛି ବିଜେପି |କେନ୍ଦ୍ରୀୟ ନେତା ମାନେ ଓଡିଶା ଆସିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ମଧ୍ୟ ଦେଇଛନ୍ତି | ଅନ୍ୟ ପକ୍ଷରେ ନବୀନ ପତ୍ତନୟକଙ୍କ ଆଗରେ ମୋଦି ,ଶାହାଙ୍କ ଯାଦୁ କାମ କରିବନି ବୋଲି ବିଜେଡି ପାଖରୁ ପ୍ରତିକ୍ରିୟା ମିଳିଛି | ଗତ 2019 ନିର୍ବାଚନରେ ବିଜେପି ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନର ନାରା ଦେଇଥିଲା |ଯଦିଓ ଦଳ ଏହି ଲକ୍ଷ ହାସଲ କରିବା କ୍ଷେତ୍ରରେ ବିଜେଡି ଆଗରେ ହାର ମାନିଥିଲା ତଥାପି ଦଳ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନ ସଭା ସିଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା ତେଣୁ ଏଥର ଓଡିଶାକୁ ନେଇ ଦିଲ୍ଲୀ ରାଜନୀତି ମଧ୍ୟ ଚଳଚଂଚଳ ହେଉଥିବା କୁହାଯାଉଛି | କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ | ଓଡ଼ିଶାରେ କ୍ଷମତା ଅକ୍ତିଆର କରିବା ପାଇଁ ଏବେ ସବୁ ଦଳ ନିଜର ବଳ ପ୍ରୟୋଗ କରୁଛନ୍ତି | ତେବେ ନିର୍ବାଚନ ପାଇଁ ଆଉ କମ ସମୟ ବାକିଥିବା ବେଳେ ଏହା ମଧ୍ୟରେ ପିଏମ ମୋଦି ଓଡିଶା ଗସ୍ତରେ ଆସିବା ନେଇ ସୂଚନା ରହିଛି | | ମୋଦି ରାଜ୍ୟ ଗସ୍ତ କରି ରେଳ ଓ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ | ତେବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଯୋଜନାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚି କିଭଳି ବଭୋଟରଂକୁ ଆକୃଷ୍ଟ କରାଯିବ ସେଥିପାଇଁ ବିଧାନ ସଭା ଓ ଲୋକସଭା ପାଇଁ 20 ଜଣିଆ କୋ କମିଟି ଗଠନ କରାଯିବ | ଏହି କମିଟି ପ୍ରତି ମାସରେ ବୈଠକ କରି କ୍ଷେତ୍ର ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ | ସୂଚନା ଅନୁସାରେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ଯାତ୍ରାରେ ଉତ୍ସାହିତ ହୋଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପତ୍ତନୟକ ଆସନ୍ତା ନିର୍ବାଚନରେ କଡା ଫାଇଟ କରିବାକୁ ଲକ୍ଷ ରଖିଛନ୍ତି | ଏହା ମଧରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଓଡ଼ିଶାରେ କିଛି ପୁରୁଣା ନେତାଙ୍କୁ ଦଳରେ ସାମିଲ କରିସାରିଲେଣି | ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ମଧ୍ୟ ଓଡିଶାରେ ନିଜର ବ୍ରାଞ୍ଚ ଖୋଲିବା ନେଇ ଉଦ୍ୟମ ଚଳାଇଛି | ତେଣୁ ଆସନ୍ତା ନିର୍ବାଚନରେ ବିଜେପିକୁ ବିଜେଡି ,କଂଗ୍ରେସ ,ଆପ ,ବିଆରଏସ ,ଟିଏମସି ପରି ପଂଚରଥିଙ୍କ ସହ ମୁକାବିଲା କରିବାକୁ ପଡିପାରେ ବୋଲି ଏବେଠୁ ଖୁବ ଚର୍ଚା ହେଉଛି | ତେବେ ଆଗାମୀ ସମୟରେ ହିଁ ଜଣାପଡିବ ବିଜେପି ନିଜର କାୟା ବିସ୍ତାର କରିବାରେ କେତେ ସକ୍ଷମ ହେଉଛି |

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *