ସବୁଥାଇ ବି ବେସାହାରା ଚମ୍ପା

ସବୁଥାଇ ବି ବେସାହାରା ଚମ୍ପା

ଫୋକସ ପ୍ଲସ 13/3/23(ବ୍ୟୁରୋ): ବୁଢୀ ମାଉସୀ ଆଖିରୁ ଲୁହ ଶୁଖୁନି । ବୟସ ହେଇଗଲାଣି ତ । ଆଉ ଆଖିକୁ ବି ଭଲଭାବରେ ଦିଶୁନି । ଅଣ୍ଡାଳି ଅଣ୍ଡାଳି ବାଡି ଧରି ବାଟ ଚାଲିବାକୁ ପଡୁଛି । ଆଉ ରାତି ହେଲେ ଏହି ନୁଆଁଣିଆ ଛପର ତଳେ ପାଲ ଖଣ୍ଡେ ପାରି ଶୋଇବାକୁ ପଡୁଛି । ୟାର ମାନେ ନୁହେଁ ଯେ, ମାଉସୀଙ୍କର କିଛି ଧନସମ୍ପତି ନାହିଁ । ହେଲେ ସବୁକିଛି ଥାଇ ବି ଆଜି ଅସହାୟ ହୋଇ ପଡି ରହିଛନ୍ତି ଏହି ବୃଦ୍ଧା ଜଣକ । ଛପର ତଳେ ଶୋଇ ରହିଥିବା ଏହି ବୁଢୀ ମାଉସୀ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରୋଯୋଳି ପଂଚାୟତ ରୋଡଙ୍ଗ ଗାଁର ଚମ୍ପା ସିଂହ । ବୃଦ୍ଧାବସ୍ଥାରେ ସେବା କରିବା ବଦଳରେ ତାଙ୍କର ଭତା ଓ ରାସନ ଚାଉଳ ନେଇ ଚମ୍ପାଙ୍କୁ ବେସାହାରା କରି ଦେଇଛନ୍ତି ତାଙ୍କ ପୁତୁରା ।
ନିଜର ସ୍ୱାମୀ ଓ ପିଲାମାନେ ଆରପାରିକୁ ଚାଲିଯିବା ପରେ ତାଙ୍କ ପୁତୁରା ପଙ୍କଜ ସିଂହ ବୁଢୀ ମାଆର ସେବା କରିବା ପାଇଁ ଚମ୍ପାଙ୍କୁ ନିଜ ଘରକୁ ନେଇଥିଲେ । ଯେ ପର୍ଯ୍ୟନ୍ତ ଚମ୍ପା ସୁସ୍ଥ ଥିଲେ, ସେ ପର୍ଯ୍ୟନ୍ତ ତାଙ୍କର ରାସନ ଚାଉଳ ଓ ଭତା ସହ ତାଙ୍କୁ ଘରେ ଆଶ୍ରୟ ଦେଇଥିଲା ପୁତୁରା ପଙ୍କଜ । କିନ୍ତୁ ଯେତେବେଳେ ଚମ୍ପା ଧିରେଧିରେ ଅସୁସ୍ଥ ହୋଇଆସିଲେ, ସେତେବେଳେ ତାଙ୍କର ସେବା କରିବା ପରିବର୍ତେ ତାଙ୍କର ଭତା ଓ ରାସନ ଚାଉଳ ରଖିଦେଇ ତାଙ୍କୁ ବେସାହାରା କରି ଘରୁ ବାହାର କରି ଦେଇଛନ୍ତି ପଙ୍କଜ । ଏବେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ରହିବା ପାଇଁ ଏହି ଛପରଟି କରି ଦେଇଥିବା ବେଳେ ଗାଁଲୋକେ ମିଶି ତାଙ୍କୁ ଖାଇବାକୁ ଦେଉଛନ୍ତି । ଏଭଳି ପରିସ୍ଥିତିରେ ଏହି ଅସହାୟ ବୃଦ୍ଧାଙ୍କର ସାହାରା କିଏ ହେବ ଏବଂ ସେ ତାଙ୍କ ରାସନ କାର୍ଡ, ଭତା ସହ ଜମିବାଡି କିପରି ଫେରି ପାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଅସହାୟ ବୃଦ୍ଧା ଚମ୍ପାଙ୍କ ଉପରେ ସରକାର ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାସହ ତାଙ୍କର ଧନ ସମ୍ପତି ଫେରାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *