ଜାଣନ୍ତୁ ମାଟି ପାତ୍ର ବ୍ୟବହାର କରିବାର ଉପକାରିତା ବିଷୟରେ

ଜାଣନ୍ତୁ ମାଟି ପାତ୍ର ବ୍ୟବହାର କରିବାର ଉପକାରିତା ବିଷୟରେ

ଆଗରୁ ଆମର ପୂର୍ବ ପୁରୁଷ ମାନେ ରୋଷେଇ ତଥା ଜିନିଷ ପତ୍ର ରଖିବା ଲାଗି ମାଟି ପାତ୍ର ବ୍ୟବହାର କରୁଥିଲେ | ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଆଜି କାଲି ଅଧିକାଂଶ ଲୋକ ମାଟି ପାତ୍ର ଅପେକ୍ଷା ନନଷ୍ଟିକ ବାସନ କୁସନ ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି | ପ୍ରକୃତରେ କିନ୍ତୁ ସେସବୁ ଅପେକ୍ଷା ଆମର ପୁରୁଣା ସମୟରେ ବ୍ୟବହାର ହେଉଥିବା ମାଟି ପାତ୍ରର ସ୍ୱାସ୍ଥ୍ୟ ଉପରେ ସାକାରାତ୍ମକ ପ୍ରଭାବ ରହିଛି | ଆଧୁନିକ ଯୁଗରେ ଆମେ ବିଭିନ୍ନ ପ୍ରକାର ଧାତୁ ନିର୍ମିତ ପାତ୍ରକୁ ଭୋଜନ ପ୍ରସ୍ତୁତ ପାଇଁ ବ୍ୟବହାର କରୁଛୁ l ଯାହାକି ଆଧୁନିକ ସମାଜର ଗୋଟିଏ ଚଳଣି ହୋଇ ଯାଇଛି l କିନ୍ତୁ ପୁରୁଣା ଯୁଗରେ ବିଶେଷ ଭାବରେ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା l ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ରହୁଥିଲା l ମାଟି ପାତ୍ରର ଚାହିଦା ଖୁବ ପୁରୁଣା ସମୟରୁ ରହିଛି l କିନ୍ତୁ ମାଟି ପାତ୍ର ଚାହିଦା ଆଜି କେବଳ ପାଣିର ଘଡା ଭାବରେ କେତୋଟି ଘରେ ବ୍ୟବହାର ହେଉଛି l ତେବେ ବର୍ତ୍ତମାନ ଏବେ ଖରା ଦିନ ଚାଲୁଥିବାରୁ ମାଟି ପାତ୍ରର ଚାହିଦା ବଢିଛି |ଆଉ ଲୋକେ ମଧ୍ୟ ମାଟି ପାତ୍ରକୁ ବ୍ୟବହାର କରିବାକୁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି | ମାଟି ପାତ୍ର ବ୍ୟବହାର କରିବା ଦ୍ୱାରା କଣ ଉପକାରିତା ମିଳିଥାଏ ଜାଣନ୍ତୁ |

1-ଡାକ୍ତର ମାନଙ୍କ କହିବା ଅନୁସାରେ ଆଲୁମିନିୟମ ବାସନରେ ରୋଷେଇ କଲେ ଖାଦ୍ୟର 87 ପ୍ରତିଶତ ପୋୖଷ୍ଟିକତା ନଷ୍ଟ ହୋଇଯାଇଥାଏ | ପିତ୍ତଳ ବାସନରେ ରୋଷେଇ କଲେ 7 ପ୍ରତିଶତ ପୋୖଷ୍ଟିକତା ନଷ୍ଟ ହୁଏ | କିନ୍ତୁ ମାଟି ପାତ୍ରାରେ ରୋଷେଇ କଲେ ପୋୖଷ୍ଟିକତା ବିଲକୁଲ କମେ ନାହିଁ |

2-ମାଟିରେ ପ୍ରାକୃତିକ ଭାବେ 40% ପାଣି ଥାଏ | ସେହି ପରି ମ୍ୟାଗନେସିୟମ ,ଲୌହ ,ଫସଫରସରେ ବି କ୍ୟାଲସିୟମ ରହିଥାଏ | ତେଣୁ ପ୍ରସ୍ତୁତ ହେଉଥିବା ପାତ୍ରକୁ ବ୍ୟବହାର କଲେ ଏହି ସବୁ ଧାତୁର କିଛି କିଛି ଅଂଶ ଆମ ଶରୀରକୁ ଯାଇଥାଏ | ଏହା ଦ୍ୱାରା ଶରୀରରେ ସେହି ଧାତୁର ଅଭାବରେ ହେଉଥିବା ରୋଗ ଆଉ ହୁଏ ନାହିଁ |

3-ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟ ଧୀରେ ରୋଷେଇ ହୋଇଥାଏ | ଯାହା ଦ୍ୱାରା କି ତାହା ପୋଡି ଯିବାର ଆଶଂକା ମଧ୍ୟ କମ ଥାଏ | କେବଳ ସେତିକି ନୁହେ ,ଏଥିରେ ଘୋଡଣି ବ୍ୟବହାର କରି ରୋଷେଇ କରାଯାଉଥିବାରୁ ଖାଦ୍ୟର ପ୍ରକୃତ ସ୍ୱାଦ ତଥା ସୁଗନ୍ଧ ମିଳିଥାଏ |

4-ମାଟି ପାତ୍ରରେ ରୋଷେଇ କଲେ ଖୁବ କମ ତେଲ ବ୍ୟବହାର ହୋଇଥାଏ | ଏହାଦ୍ୱାରା ଖାଦ୍ୟରେ ଚର୍ବି ଅଂଶ କମେ ତେଣୁ ମେଦ ବହୁଳତା ,ମଧୁମେହ ,ରକ୍ତଚାପ ଭଳି ଜୀବନ ଶୈଳୀ ଜନିତ ରୋଗରୁ ରକ୍ଷା ମିଳିଥାଏ |

5-ମାଟି ତାୱାରେ ପ୍ରସ୍ତୁତ ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ | କାରଣ ଅଟା ମାଟିର ଗୁଣକୁ ଅବଶୋଷିତ କରିନିଏ | ଏହା ଦ୍ୱାରା ରୁଟିର ପୋୖଷ୍ଟିକତା ବଢିଯାଏ | ଏହା ସହ ସେଥିରେ ଥିବା ପ୍ରୋଟିନ ବିଭିନ ପ୍ରକାର ରୋଗରୁ ରକ୍ଷା କରେ କେବଳ ସେତିକି ନୁହେ ମାଟି ଟାୱାର ରୁଟି ଖାଇଲେ ଗ୍ୟାସ ବଦହଜମି ଜନିତ ସମସ୍ୟା ବହୁତ କମିଯାଇଥାଏ |

6-ଆଜି କାଲିର ପରିବର୍ତିତ ଜୀବନ ଶୈଳିରେ ବହୁ ଲୋକ କୋଷ୍ଠ କାଠିନ୍ୟର ଶିକାର ହେଉଛନ୍ତି | ମାଟି ତାୱାରୁ ପ୍ରସ୍ତୁତ ରୁଟି ଖାଇଲେ ସେହି ସମସ୍ୟା ରହେ ନାହିଁ |

7-ତେବେ ଏସବୁ ବାସନାକୁ ବ୍ୟବହାର କରିବା ସମୟରେ ସତର୍କ ରହିବ ନିହାତି ଆବଶ୍ୟକ | ରୁଟି କରିସାରିବା ପରେ ମାଟି ପାତ୍ରରେ ବିଲକୁଲ ପାଣି ପକାଇବା ନାହିଁ | କିମ୍ବା ତାକୁ ସଫା କରିବେ ନାହିଁ | ଓଦା କପଡ଼ାରେ ପୋଛିଲେ ତାହା ଭଲ ହୋଇଥାଏ |

8- ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଛଡା ଖାଇବା ମଧ୍ୟ ଜରୁରୀ l ଯାହା ଆମ ଶରୀରକୁ ଚମତ୍କାର ଲାଭ ଦେଇଥାଏ l ମାଟି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟର ସୁଗନ୍ଧ ଦୀର୍ଘ ସମୟ ଧରି ରହିଥାଏ l କାହିଁକି ନା ମାଟିର ସ୍ୱାଦ ସାମାନ୍ୟ ଖାର ହୋଇଥାଏ l

9- ମାଟି ପାତ୍ର ଖାଦ୍ୟର ପୋଷଣକୁ ବୃଦ୍ଧି କରିଥାଏ l କାରଣ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିଥିଲେ ସେଥିରେ ଆଇରନ, ଫସଫରସ, କ୍ୟାଲସିୟମ ଓ ମଗ୍ନେଶୀୟମ ଭଳି ଖଣିଜ ପଦାର୍ଥ ମିଳିଥାଏ l ଯାହାଦ୍ୱାରା ଶରୀରକୁ ଅନେକ ପୋଷାକ ତତ୍ୱ ମିଳି ଯାଇଥାଏ l

10- ଯଦି ଆପଣ ମାଟି ବାସନରେ ଖାଦ୍ୟ ପ୍ରସ୍ତୁତ କରନ୍ତି ତେବେ ଏହା ପିଏଚ ଲେବୁଲକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ l ବିଶେଷ ଭାବରେ ମାଟିରେ ଥିବା ଖରିୟ ଅଂଶ ଖାଦ୍ୟରେ ମିଶି ପିଏଚ ଲେବୁଲକୁ ମେଣ୍ଟନ କରିଥାଏ ଓ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ l

11- ମାଟି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କମ ତେଲର ଉପଯୋଗ ହୋଇଥାଏ l ଅର୍ଥାତ ଯେତେବେଳେ ଆପଣ ଏଥିରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଏଥିରେ ଥିବା ନେଚୁରାଲ ମଇଶ୍ଚର ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଏହା ହୃତପିଣ୍ଡ ଓ ଉଚ ରକ୍ତଚାପ ସମସ୍ୟା ଦୂର କରିଥାଏ l

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *