ଡିଜିଟାଲ ମିଡ଼ିଆ ପାଇଁ ଗୋପାଳ ସେଲିବ୍ରିଟି

ଡିଜିଟାଲ ମିଡ଼ିଆ ପାଇଁ ଗୋପାଳ ସେଲିବ୍ରିଟି

ଫୋକସ ପ୍ଲସ 13/3/23(ବ୍ୟୁରୋ): ଗୋପାଳ ଦାସକୁ ସେଲିବ୍ରିଟି ବନାଉଛି କିଛି ନିର୍ଦ୍ଦିଷ୍ଟ ଡିଜିଟାଲ ମିଡିଆ । ଗୋପାଳାର ଖାଇବା ପିଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତର ଖବର ଲୋକଙ୍କ ପାଖରେ ପହଂଚାଉଛି କିଛି ହାତଗଣତି ଗଣମାଧ୍ୟମ ସଂସ୍ଥା । ଏମଆରପି ଲୋଭରେ ହତ୍ୟାକାରୀ ଗୋପାଳକୁ ଏକ ପବ୍ଲିକ ଫିଗର ଭାବେ ଲୋକଙ୍କ ସାମ୍ନାରେ ପ୍ରେଜେଂଟ କରାଉଛି କିଛି ନିର୍ଦ୍ଦିଷ୍ଟ ଡିଜିଟାଲ ମିଡିଆ । ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା, ତାଠାରୁ ଅଧିକ ଗୋପାଳ ଜେଲରେ କ’ଣ କରୁଛି ସେନେଇ ଖବର ପ୍ରସାରଣ କରୁଛନ୍ତି ଏମାନେ । ଗୋପାଳ ନବ ଦାସଙ୍କୁ କାହିଁକି ମାରିଲା କିମ୍ବା ସାଧାରଣ ଲୋକେ ଏହାକୁ କେଉଁଭଳି ନଜରରେ ଦେଖୁଛନ୍ତି ବା ଜଣେ ମନ୍ତ୍ରୀଙ୍କ ମୃତ୍ୟୁକୁ ସେମାନେ କିଭଳି ଭାବେ ଗ୍ରହଣ କରୁଛନ୍ତି ସେସବୁ ଏମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । କାରଣ ଏମାନଙ୍କୁ ତ ଖବର ଅପେକ୍ଷା ଏମଆରପି ଅଧିକ ଦରକାର ନା । ତେଣୁ ସତ ଖବର ନୁହେଁ, ବରଂ ବଲିଉଡ ଅଭିନେତାଙ୍କ ଭଳି ଗୋପାଳର ଡେଲି ଲାଇଫକୁ ନେଇ ମିଡିଆରେ ଭଲ ନାଟତାମସା କରୁଛନ୍ତି ଏମାନେ । ଗୋପାଳ ଜେଲରେ କ’ଣ ଖାଇଲା, କାହିଁକି ଖାଇଲା ସେନେଇ ଗୋପାଳର ସ୍ତ୍ରୀ ଠାରୁ ଏମାନଙ୍କର ବେଶୀ ଚିନ୍ତା । ଖାଲି ସେତିକି ନୁହେଁ, ଗୋପାଳ ଜେଲ ଭିତରେ କେତେ ଖୁସିରେ ଅଛି, କେତେ ହସୁଛି କେତେ ଖାଉଛି ସେ ଖବର ବି ବାଦ ପଡୁନି କିଛି ନାମଜାଦା ଗଣମାଧ୍ୟମ ସଂସ୍ଥା ଠାରୁ । ଆଉ ଏମିତି ବି ଖବର ଆସୁଛି କି ଗୋପାଳ କାଳେ ତା ସ୍ତ୍ରୀକୁ ଫୋନରେ କହିଛି କି ମୁଁ ୟାକୁ ମାରିଛି ତୁ ତାକୁ ମାରିବୁ । ତେବେ ସତରେ କ’ଣ ଗୋପାଳ ଜେଲ ଭିତରେ ଥାଇ ଫୋନରେ କ’ଣ କଥା ହେଲା ସେ ଖବର ଏମାନଙ୍କ ପାଖରେ ପହଂଚୁଛି ନା ସାଧାରଣ ଲୋକଙ୍କୁ ଖବର ଦେଖାଇବା ଆଳରେ ଭକୁଆ ବନାଉଛନ୍ତି ଏହି ନା କରା ଡିଜିଟାଲ ମିଡିଆ । ଏହି ଖବର ପରେ ତ ଦୁଇଟି ପ୍ରଶ୍ନ ସାମ୍ନାକୁ ଆସୁଛି । ହୁଏତ ଏମାନଙ୍କ ପାଖରେ କ୍ରିଶ ଭଳି କେହି ଉଚ୍ଚ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଅଛନ୍ତି ଯିଏ କି ଅଫିସରେ ବସି ଗୋପାଳ ଫୋନରେ କ’ଣ କଥା ହେଲା ସେକଥା ଜାଣି ପାରୁଛନ୍ତି ନଚେତ ଏମାନେ ଗୋପାଳ ସ୍ତ୍ରୀଙ୍କର ମୋବାଇଲକୁ ଟ୍ରାକ କରି ଏକଥା ଜାଣି ପାରୁଛନ୍ତି । ତେବେ ଏ ଦୁଇଟି ମଧ୍ୟରୁ କେଉଁ ଲୁକ୍କାୟିତ ପ୍ରତିଭାଟି ଏମାନଙ୍କ ପାଖରେ ରହିଛି ତାହା ତ ସେମାନଙ୍କୁ ହିଁ ଜଣାଥିବ । ସେ ଯାହାବି ହେଉ, ୟା ପରେ ତ ଗୋପାଳ କେତେ ମୋଟା ହେଲା କେତେ ପତଳା ହେଲା, କେତେ ଭାତ ଖାଇଲା, ରୁଟି କାହିଁକି ଖାଇଲାନି ସେନେଇ ମଧ୍ୟ ଖବର ଆସିବାକୁ ଯାଉଛି । ତେବେ ଏସବୁ ଖବର ଦେଖିସାରିବା ପରେ ସାଧାରଣ ଲୋକ ବି କନଫ୍ୟୁଜ ହୋଇ ଯାଉଥିବା କି ଗୋପାଳ ଜଣେ ହତ୍ୟାକାରୀ ନା ଜଣେ ସେଲିବ୍ରିଟି । ତେଣୁ ଧନ୍ୟ ଏ ଚ୍ୟାନେଲ ଆଉ ଧନ୍ୟ ତାଙ୍କର ଖବର ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *