
ସାହାଯ୍ୟ କରିବାକୁ ଯାଇ ଚାଲିଗଲା ଛାତ୍ରର ଜୀବନ
- ରାଜନୀତି
- March 13, 2023
- No Comment
- 39
ଫୋକସ ପ୍ଲସ 13/3/23(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତରେ ଥିବା ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରୋଷେୟାକୁ ସାହାଯ୍ୟ କରିବାକୁ ଯାଇ ନିଜେ ଗରମ ଡାଲିର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଯାଇଛି I ସୂଚନାରୁ ପ୍ରକାଶ କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତରେ ରହିଛି ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ I ବିଦ୍ୟାଳୟର ଛାତ୍ରାବାସ ରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ 4 ଜଣ ରୋଷୟା ନିୟୋଜିତ କରାଯାଇଛି Iଜଣେ ରୋଷେୟାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଗେଟରେ ଡିୟୁଟି ଦେଇଥିବା ବେଳେ ଆଉ ଜଣେ ରୋଷେୟାକୁ ତା ପିଲାକୁ ଆଣିବାକୁ ଚମ୍ପୁଆ ପଠେଇଥିଲେ I ଆଉ 2 ଜଣ ରୋଷେୟା ରହିଥିଲେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ I ଚଳିତ ମାସ ଗତ 6 ତାରିଖ ସୋମବାର ସନ୍ଧ୍ୟା ସମୟର ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେୟା ରୋଷେଇ ଆରମ୍ଭ କରିଥିଲେ I ରୋଷେଇ ଚାଲିଥିବା ସମୟରେ ଜଣେ ରୋଷେୟା ଅନ୍ୟ ଜଣେ ରୋଷେୟାକୁ ଶୌଚ ହେବାକୁ କହି ଯାଇଥିବା ବେଳେ ଏହି ସମୟରେ ଡାଲି ପ୍ରସ୍ତୁତ ସରିଥିଲା I ଡାଲି ହାଣ୍ଡିକୁ ଚୁଲିରୁ ଓହ୍ଲେଇବା ପାଇଁ ରୋଷେୟା ଜଣକ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଗିଲେଟ ହାଙ୍ଗାନା ନାମକ ଛାତ୍ରକୁ ଡାକି ଚୁଲିରେ ପ୍ରସ୍ତୁତ ହୋଇଥିବା ଡାଲି ହଣ୍ଡାକୁ ଚୁଲିରୁ ଓହ୍ଲେଇବା ପାଇଁ ସହଯୋଗ ମାଗିଥିଲେ I ଛାତ୍ର ଜଣକ ରୋଷେୟାକୁ ସହଯୋଗ କରିବାକୁ ଯାଇ ଚୁଲିରେ ବସିଥିବା ପ୍ରସ୍ତୁତ ଡାଲି ହାଣ୍ଡକୁ ଚୁଲିରୁ ଓହ୍ଲେଇବା ସମୟରେ ଛାତ୍ର ଜଣକ ଡାଲି ହଣ୍ଡାର ଓଜନ ଅଧିକ ଥିବାରୁ ଡାଲି ହଣ୍ଡାକୁ ଟେକି ପାରି ନ ଥିଲେ ଯାହା ଫଳରେ ଛାତ୍ରଙ୍କ ହାତରୁ ଡାଲି ହଣ୍ଡା ଖସିପଡି ଛାତ୍ର ଟିର ଉପରେ ଡାଲି ଢାଳି ହୋଇଯାଇଥିଲା I ସଙ୍ଗେ ସଙ୍ଗେ ସ୍କୁଲର କର୍ମଚାରୀ ସ୍ଥାନୀୟ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ! ସେଠାରେ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଛାତ୍ର କୁ 7 ତାରିଖ ମଙ୍ଗଳବାର ଦିନ ରାଉରକେଲା ସରକାରୀ ଡାକ୍ତରଖାନା କୁ ପଠାଇ ଥିଲେ ! ସେଠାରେ ଚିକିତ୍ସାଧୀନ ଅବସ୍ଥାରେ 12 ତାରିଖ ରବିବାର ସନ୍ଦ୍ୟା ସମୟରେ ଛାତ୍ର ଜଣକର ମୃତ୍ୟୁ ହୋଇଥିଲା ! ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ ରୋଷେୟା ଶୌଚ ହେବାକୁ ଯାଇଥିଲେ ସେ ଆସିଲା ପ୍ରଯ୍ୟନ୍ତ କାହିଁକି ଅନ୍ୟ ଜଣେ ରୋଷେୟା ତାକୁ ଅପେକ୍ଷା କରିଲେ ନାହିଁ ? ଯଦି ଅପେକ୍ଷା ନ କରିଲେ ଚୁଲିରେ ପାଣି ଢାଳି ନିଆଁକୁ କାହିଁକି ଲିଭା ନ ଗଲା ? କାହିଁକି ଅଷ୍ଟମ ଶ୍ରେଣୀର ଛାତ୍ରକୁ ଡାଲି ହାଣ୍ଡି ଟେକିବାକୁ କହିଲା ରୋଷେୟା ? ବିନା ଅନୁମତିରେ ରୋଷେୟା କଣ ପାଇଁ ଏଭଳି କାର୍ଯ୍ୟ କଲା ? ନିରୀହ ଛାତ୍ରର ମୃତ୍ୟୁ ପାଇଁ ଦାୟୀ କିଏ ? ଶୁଣନ୍ତୁ କଣ କହୁଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ !