ବଢୁଛି H3N2 ଭାଇରସ୍‌ ରୁହନ୍ତୁ ସତର୍କ

ବଢୁଛି H3N2 ଭାଇରସ୍‌ ରୁହନ୍ତୁ ସତର୍କ

ଫୋକସ ପ୍ଲସ 14/3/23(ବ୍ୟୁରୋ): କରୋନା ମହାମାରୀ ପରେ ଏବେ ଦେଶବାସୀଙ୍କୁ ଡରାଇଲାଣି H3N2 ଭାଇରସ୍‌ । ଏହି ଭାଇରସରେ ଆକ୍ରାନ୍ତ ହେଲେଣି ଲୋକେ | ତେବେ ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଦେଖାଯାଉଛି ।ଆଉ ଏହା ଅଧିକ ଦିନ ଧରି ମଧ୍ୟ ରହୁଛି | ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି ।କୋଭିଡ ସଂକ୍ରମଣ ପରେ ଏବେ ବଢ଼ିଲା H3N2 ଭାଇରସ ଭୟ।ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । H3N2 ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଭୟ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ଓ ହରିଆଣାରୁ ଜଣେ ଲେଖାଏଁ ସଂକ୍ରମିତ ଏଥିରେ ପ୍ରାଣ ହରାଇଛନ୍ତି। H3N2 ଇନ୍‌ଫ୍ଲୁଏଞ୍ଜାର ଲକ୍ଷଣ କୋଭିଡ ସହ ସମାନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ପୁଣି ଚେତାବନୀ ଦିଆଯାଇଛି । ତେବେ ଗତ ୨ ମାସରେ ଓଡିଶାର ୨୨୫ ନମୁନା ମଧ୍ୟରୁ ପ୍ରାୟ ୫୯ ଜଣ H3N2 ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।ଏହି ଭାଇରସରେ ସାଧାରଣତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ସାମୁଦାୟିକ ସ୍ତରରେ ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା ‘ଏ’ ଭାଇରସର ସବ୍ ଭାରିଆଣ୍ଟ। ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସାମାନ୍ୟ ଫ୍ଲୁ’ ପିଲାଠୁ ବୟସ୍କ ସମସ୍ତଙ୍କ ଦେହରେ ସାଧାରଣ ଭାବରେ ଦେଖାଯାଇଥାଏ । ତେବେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଜନଗହଳିପୂର୍ଣ୍ଣ ଇଲାକାରୁ ଦୂରେଇ ରହିବା ହିଁ ପ୍ରମୁଖ ଅସ୍ତ୍ର ହେବ | ।
ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । ଏହି ଭାଇରସ୍ ସମୟ ସହିତ ମ୍ୟୁଟେଟ କରିଥାଏ । ସେହିପରି ଏହା ଏକ ନନ ହ୍ୟୁମାନ ଇନଫ୍ଲୁଏଞ୍ଜା ଭାଇରସ ହୋଇଥିବା ବେଳେ ସାଧାରଣ ଭାବେ ଏହା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ ଓ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ ପକ୍ଷରୁ କୁହାଯାଇଛି । ତେବେ ଏହି ଭାଇରସକୁ ନ ଡରି ଏବେଠୁ ସତର୍କ ରହିଲେ ଆମେ ସୁସ୍ଥ ରହିପାରିବା |

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *