
ମସ୍ତିଷ୍କ ଉପରେ ପ୍ରଭାବ ପକାଇବ କମ୍ ଶୋଇବା
- swastyaଦେଶ ବିଦେଶମନୋରଞ୍ଜନରାଜ୍ୟସ୍ପେସିଆଲ ଷ୍ଟୋରି
- March 14, 2023
- No Comment
- 27
ଫୋକସ ପ୍ଲସ 14/3/23(ବ୍ୟୁରୋ): ଆଜି କାଲି ଲୋକଙ୍କୁ ଶୋଇ ରହିବା ବୋଝ ପରି ଲାଗୁଛି । ସେମାନେ ଭାବୁଛନ୍ତି ଯଦି ଶୋଇ ରହିବା ତାହେଲେ କାମ କେତେବେଳେ କରିବା । ଡେରିରେ ଶୋଇ ଡେରିରେ ଉଠୁଛନ୍ତି । ହେଲେ ଏହା ଦ୍ୱାରା ଆମ ଶରୀର ଉପରେ କି ପ୍ରଭାବ ପଡିବା ତାହା ଅ୍ରାପଣ ଜାଣିଛନ୍ତି କି? ନିଦର ଜୀବନରେ ମହତ୍ୱ ରହିଛି । ହେଲେ ଅନେକ ଅନିଦ୍ରା ବା ଇନସୋମେନିଆରେ ଆକ୍ରାନ୍ତ । କାମର ଚାପ ହେଉ କି ଆଜି କାଲିର ଜୀବନଚଯ୍ୟI ଅନେକଙ୍କୁ ଭଲ ନିଦ ହେଉ ନାହିଁ । ରାତିରେ ୬ରୁ୭ ଘଣ୍ଟା ଭଲ ନିଦ ହେବା ନିହାତି ଦରକାର ନିଶା ଏବଂ ଖାଦ୍ୟ ପେୟ ସହ ମୋବାଇଲ୍ ଏବଂ ଟିଭି ଯୋଗୁଁ ଲୋକଙ୍କୁ ଭଲ ନିଦ ହେଉନାହିଁ । ମାତ୍ର ଗୋଟିଏ ରାତି ନ ଶୋଇଲେ ଦୁଇ ତିନିଦିନ ପର୍ଯ୍ୟନ୍ତ ଥକା ଲାଗିଥାଏ । ଏବେ ଏକ ଗବେଷଣାରୁ ଗୋଟିଏ ରାତି ନ ଶୋଇଲେ ମସ୍ତିଷ୍କ ୧ରି୨ ବର୍ଷ ବୁଢା ହୋଇଯାଏ ବୋଲି କୁହାଯାଇଛି । ନଶୋଇବା ଦ୍ୱାରା ମସ୍ତିଷ୍କର ବୟସ ଏକରୁ ଦୁଇ ବର୍ଷ ବଢିଯିବା ସହ ସମାନ ।
ମାତ୍ର ଏହା ପରେ ଯଦି ଜଣେ ଭଲ ନିଦକୁ ଅଭ୍ୟାସଗତ ଭାବେ ପୂରଣ କରିପାରେ ତେବେ ଏହି ସମସ୍ୟାରୁ ମୁକ୍ତି ମିଳିବ । ମସ୍ତିଷ୍କ ଏହାର ଭରଣା କରିଦେଇଥାଏ ବୋଲି ଜର୍ଣ୍ଣାଲ୍ ଅଫ୍ ନ୍ୟୁରୋ ସାଇନ୍ସରେ ଏକ ଗବେଷାତ୍ମକ ଲେଖା ପ୍ରକାଶିତ ହୋଇଛି ।
୧୩୪ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ପରେ ୩୦୦୦ ଜଣଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଗୋଟିଏ ରାତି ନଶୋଇବା ପରେ ସେମାନଙ୍କର ଏମ୍ଆର୍ଆଇ କରାଯାଇଥିଲା । ଏଥିରେ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ହୋଇଥିବା କଥା ଜଣା ପଡିଛି । ୨୪ ଘଣ୍ଟା ଜମା ନଶୋଇଲେ ଏହାର ଅନେକ କୁପ୍ରଭାବ ପଡେ ବୋଲି ଏଥିରେ କୁହାଯାଇଛି ।