ଓଡ଼ିଶାରେ କାହିଁକି ଲାଗୁ ହେଉନି ପେଶା ଆକ୍ଟ ? ସରକାରଙ୍କୁ ଘେରିଲେ ବିରୋଧୀ

ଓଡ଼ିଶାରେ କାହିଁକି ଲାଗୁ ହେଉନି ପେଶା ଆକ୍ଟ ? ସରକାରଙ୍କୁ ଘେରିଲେ ବିରୋଧୀ

ଫୋକସ ପ୍ଲସ 14/3/23(ବ୍ୟୁରୋ): ରାଜ୍ୟ ବିଧାନ ସଭା ଏବେ ଚାଲିଥିବା ବେଳେ ବିରୋଧୀ ଦଳର ନେତା ମାନେ ନିଜର ପ୍ରଶ୍ନ ବାଣରେ ସରକାରଙ୍କୁ ଘେରିଛନ୍ତି | ବିଧାନ ସଭାରେ ପେଶା ଆକ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ |ଓଡ଼ିଶାରେ କାହିଁକି ଲାଗୁ ହେଉନି ପେଶା ଆକ୍ଟ ? ଏଭଳି ପ୍ରଶ୍ନ କରି ସରକାରଙ୍କ ଅପାରଗତକୁ ପଦାରେ ପକାଇଛନ୍ତି ବିରୋଧୀ | ରାଜ୍ୟରେ ମୋଟ ଜନ ସଂଖ୍ୟାର 22.85% ଜନଜାତି ଥିବା ବେଳେ ସେମାନେ ରାଜ୍ୟର 45% ଅଂଚଳରେ ବସ ବାସ କରୁଛନ୍ତି | 13 ଟି ଜିଲ୍ଲାର 119 ଟି ବ୍ଳକରେ ଆଦିବାସୀ ମାନେ ରହୁଥିବା ବେଳେ ସେମାନେ ୭୪ ପ୍ରକାରର ଉପଭାଷାରେ କଥା ହେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ଯେପରି ବିକାଶ ହେବା କଥା ତାହା ହେଉନାହିଁ। ଓଡ଼ିଶାରେ କାହିଁକି ପେସା ଆଇନ ଲାଗୁ ହୋଇପାରୁନି। ସେମାନଙ୍କ ଜମି କାହିଁକି ଜୋର ଜବରଦସ୍ତ ନିଆଯାଉଛି? ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ କାହିଁକି ବସୁନି? ଆଶ୍ରମ ସ୍କୁଲରେ ପିଲାଙ୍କୁ କାହିଁକି ଭଲ ଖାଇବାକୁ ଦିଆଯାଉନି? ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି? ଆଦିବାସୀମାନେ କେତେଦିନ ଅବହେଳିତ ହୋଇ ରହିଥିବେ? ଏହିଭଳି ଭାବେ ବିରୋଧୀ ଦଳର ବିଧାୟକମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ବଜେଟ୍‌ର ଖର୍ଚ୍ଚ ଦାବି ଆଲୋଚନାବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ରାଜ୍ୟରେ ପେସା ଆଇନ ଲାଗୁ ହେଉନଥିବାରୁ ଆଦିବାସୀଙ୍କ ଗ୍ରାମ ସଭାକୁ କୌଣସି କ୍ଷମତା ଦିଆଯାଉନି |ଜୋର୍‌ଜବରଦସ୍ତ ସେମାନଙ୍କ ଜମି ଛଡ଼ାଇ ନିଆଯାଉଛି। ସରକାରୀ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି, ସେମାନଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କା ହଡ଼ପ କରାଯାଉଛି। କେନ୍ଦ୍ର ସରକାର ଓଡ଼ିଶା ପାଇଁ ୭୮ଟି ଏକଲବ୍ୟ ସ୍କୁଲ ମଞ୍ଜୁର କରିଥିଲେ ବି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେବଳ ୪୫ଟିର ଶିଳାନ୍ୟାସ କରିଛନ୍ତି। ଜମି ଯୋଗାଉନାହାନ୍ତି। ରାଜ୍ୟ ସରକାରଙ୍କ ଅସହ‌ଯୋଗ କାରଣରୁ ଆଦିବାସୀମାନଙ୍କ ଉନ୍ନତି ହୋଇପାରୁନି। ତେବେ ସରକାର ଏଠି କରୁଛନ୍ତି କଣ କହି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ମାନେ | ଆଦିବାସୀଙ୍କୁ ଜମି ପଟା ଦିଆଯାଉନି | ଯେତିକି ଲୋକଙ୍କୁ ପଟ୍ଟା ଦିଆଯାଇଛି ସେଥିରେ ଭୁଲ୍‌ ଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ଆଦିବାସୀ ସ୍କୁଲରେ ବହୁ ସ୍ଥାନରେ +୨ ପଢ଼ିବା ସୁଯୋଗ ନାହିଁ। ପିଲାଙ୍କୁ ଉଚ୍ଚଶିକ୍ଷା ମିଳୁନଥିବାରୁ ସେମାନେ ବେକାର ହୋଇ ବୁଲୁଛନ୍ତି। ୱାକଫ୍ ବୋର୍ଡ ଠିକ୍ ଭାବେ କାର୍ଯ୍ୟ କରୁନି, ହଜ୍‌ କମିଟି ଗଠନ ହେଉନି, ଉର୍ଦ୍ଦୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉନଥିବାରୁ ବହୁ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ସରକାର ଏ ଦିଗରେ ଚିନ୍ତା କରିବା ଦରକାର। ତାହେଲେ ଯାଇ ଆଦିବାସୀ ମାନେ ନିଜର ହକ ପାଇପାରିବେ |

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *