ପ୍ଲାଷ୍ଟିକ ପାଣି ବୋତଲ ପ୍ରତି ସାବଧାନ

ପ୍ଲାଷ୍ଟିକ ପାଣି ବୋତଲ ପ୍ରତି ସାବଧାନ

ଫୋକସ ପ୍ଲସ 15/3/23(ବ୍ୟୁରୋ): ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ୍‌ରେ ବାରମ୍ବାର ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ । ଶୌଚାଳୟ ସିଟ୍‌ଠୁ ଅଧିକ ଅପରିଷ୍କାର ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ୍। ଏହି ପାଣି ବୋତଲ୍‌ରେ ଶୌଚାଳୟ ସିଟ୍ ଅପେକ୍ଷା ପ୍ରାୟ 40,000 ଗୁଣ ଅଧିକ ଜୀବାଣୁ ଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଗୋଟିଏ ପାଣି ବୋତଲ୍‌କୁ ଆମେ କେତେ ଥର ବ୍ୟବହାର କରିଥାନ୍ତି, ତା’ର ହିସାବ ରଖିନଥାନ୍ତି । ଏହି ପୁନଃବ୍ୟବହାର ଯୋଗ୍ୟ ପାଣି ବୋତଲ୍‌ ସ୍ବାସ୍ଥ୍ୟ ଉପରେ ଗମ୍ଭୀର କୁପ୍ରଭାବ ପକାଇପାରେ । ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁନଃ ବ୍ୟବହାରଯୋଗ୍ୟ ବୋତଲ୍‌ ଗୁଡିକ ଶୌଚାଳୟ ସିଟ୍ ଅପେକ୍ଷା ପ୍ରାୟ 40,000 ଗୁଣ ଅଧିକ ଜୀବାଣୁ ବହନ କରେ । ଯଦି ଦୀର୍ଘ ସମୟ ଧରି ସମାନ ବୋତଲ ବ୍ୟବହାର କରାଯାଏ, ତେବେ ବୋତଲ୍‌ରେ ଜୀବାଣୁ ସୃଷ୍ଟି ହେବାର ଆଶଙ୍କା ଅଧିକ । ଯୁକ୍ତରାଷ୍ଟ୍ରର ୱାଟରଫିଲ୍ଟର ଗୁରୁ ଡଟ୍ କମ୍‌ର ଏକ ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ କରିଛି । ଅନୁସନ୍ଧାନକାରୀଙ୍କ ଟିମ୍ ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ ଗୁଡିକର ପରିଷ୍କାରତା ଅନୁସନ୍ଧାନ କରିଥିଲେ । ସେମାନେ ବୋତଲ୍‌ର ସମସ୍ତ ଅଂଶକୁ ତିନି ତିନି ଥର ଯାଞ୍ଚ କରିଛନ୍ତି । ଅନୁସନ୍ଧାନ ଅନୁଯାୟୀ, ବୋତଲ୍‌ରେ ଦୁଇ ପ୍ରକାରର ଜୀବାଣୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଥିରେ ଗ୍ରାମ୍-ନେଗେଟିଭ ବ୍ୟାକ୍ଟେରିଆ ଏବଂ ବେସିଲସ୍ ବ୍ୟାକ୍ଟେରିଆ ଅନ୍ତର୍ଭୁକ୍ତ । ଅନୁସନ୍ଧାନକାରୀମାନେ ବ୍ୟାଖ୍ୟା କରିଛନ୍ତି ଯେ, ବିଭିନ୍ନ ସଂକ୍ରମଣ ପାଇଁ ଗ୍ରାମ-ନଗେଟିଭ୍ ଜୀବାଣୁ କାରଣରୁ ହୋଇଥାଏ । ସେହିପରି ବେସିଲସ୍ ଜୀବାଣୁ ପାକସ୍ଥଳୀରେ ସମସ୍ୟା ସୃଷ୍ଟି କରିପାରେ । ୟୁନିଭରସିଟି ଅଫ୍ ରିଡିଂର ମାଇକ୍ରୋବାୟୋଲୋଜିଷ୍ଟ ଡକ୍ଟର ସାଇମନ୍ କ୍ଲାର୍କ କହିଛନ୍ତି ଯେ, ପାଣି ବୋତଲ୍‌ରେ ବହୁ ସଂଖ୍ୟକ ଜୀବାଣୁ ଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇନାହିଁ । ଅନୁସନ୍ଧାନକାରୀମାନେ ବୋତଲ୍‌ ଗୁଡ଼ିକୁ ସାବୁନ୍ ଏବଂ ଗରମ ପାଣିରେ ଅତି କମରେ ଦିନକୁ ଥରେ ବ୍ୟବହାର କରିବା ପୂର୍ବରୁ ଧୋଇବାକୁ ପରାମର୍ଶ ଦେଇଛନ୍ତି । ବୋଟଲ୍‌କୁ ସଫା ରଖିଲେ ନିଶ୍ଚିତ ରୂପେ ସଂକ୍ରମଣକୁ ରୋକାଯାଇ ପାରିବ ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *