ଓଡିଶାକୁ ମିଳିଲା ଆଉ ଏକ ସମ୍ମାନ

ଓଡିଶାକୁ ମିଳିଲା ଆଉ ଏକ ସମ୍ମାନ

ଫୋକସ ପ୍ଲସ 16/3/23(ବ୍ୟୁରୋ): ଓଡିଶାକୁ ମିଳିଲା ଆଉ ଏକ ସମ୍ମାନ । ବର୍ତମାନ ଭାରତର ଅଧିକାଂଶ ପଦବୀରେ ଓଡିଆମାନେ ଅଧିଷ୍ଠିତ ଥିବାବେଳେ ଏବେ ଓଡିଶା ପାଇଁ ଆଉ ଏକ ଗର୍ବର ବିଷୟ ସାମ୍ନାକୁ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଅଫ ଦ ଇୟର ଆୱାର୍ଡ । ବୁଧବାର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର କରାଯାଇଥିଲା । ସେହିଦିନ ଠାରୁ କୋରୋନା ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା ଭଳି ଆହ୍ବାନକୁ ସେ ସଫଳତାର ସହ ମୁକାବିଲା କରିଛନ୍ତି । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେଶନ ହେଉଛି ପବ୍ଲିକ ପଲିସି ଏବଂ ଫାଇନାନସିଆଲ ମାର୍କେଟ ସମ୍ପର୍କିତ ପବ୍ଲିକେସନ ଯାହାର ନଜର ସମଗ୍ର ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଉପରେ ରହିଥାଏ । ଏହା ପୂର୍ବରୁ ମଧ୍ୟ ଜଣେ ପୂର୍ବତନ ଆରବିଆଇ ଗଭର୍ଣ୍ଣରକୁ ଗଭର୍ଣ୍ଣର ଅଫ ଦ ଇୟର ମିଳିଥିଲା । ୨୦୧୫ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗର ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏନେଇ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ କୁହାଯାଇଛି, ” ୧୦ ବର୍ଷ ମଧ୍ୟରେ ଭାରତର ଜିଡିପି ୯୦ ପ୍ରତିଶତ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ବାର୍ଷିକ ମୁଣ୍ଡପିଛା ଆୟ ୨୪୦୦ ଡଲାର ହୋଇଛି ଯାହା ୨୦୧୦ ମସିହାରେ ୧୦୦୦ ଡଲାର ରହିଥିଲା । କୋଭିଡ ଭଳି ମହାମାରୀ ସମୟରେ ଦେଶରେ ଆର୍ଥିକ ବ୍ୟବସ୍ଥାକୁ ସଙ୍କଟରୁ ମୁକୁଳେଇବା ପାଇଁ ଶକ୍ତିକାନ୍ତ ଦାସଙ୍କ ପ୍ରମୁଖ ଭୂମିକା ରହିଥିବା ନେଇ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ କୁହାଯାଇଛି । ଡର ଏବଂ ଭୟ ମଧ୍ୟରେ ସେ ଶାନ୍ତ ଭାବେ ନିଜର କାର‌୍ୟ୍ୟ କରୁଥିଲେ । ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଭିତରେ ସେ ନିଜର ନିଷ୍ପତ୍ତିରେ ସନ୍ତୁଳନ ବଜାୟ ରଖିଥିଲେ । ତେବେ ଶକ୍ତିକାନ୍ତ ଦାସଙ୍କ କାର‌୍ୟ୍ୟ ସମୟରେ ହିଁ ଦେଶରେ ୟୁପିଆଇର ସମ୍ପ୍ରସାରଣ ବୃଦ୍ଧି ହୋଇଛି । ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ଅଗ୍ରଣୀ ହୋଇପାରିଛି । ସେ କ୍ରିପ୍ଟୋକରେନ୍ସିର ବିରୋଧରେ ରହିଥିଲେ । ଆରବିଆଇ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଡିଡିଟାଲ କରେନ୍ସି ଲଞ୍ଚ କରିଛି । ପ୍ରଥମ ଥର ଶକ୍ତିକାନ୍ତ ଦାସଙ୍କ କାର‌୍ୟ୍ୟକାଳ ଶେଷ ହୋଇଯାଇଥିଲେ ସୁଦ୍ଧା ଦ୍ବିତୀୟ ଥର ପାଇଁ ତାଙ୍କ ସମୟସୀମାକୁ ବୃଦ୍ଧି କରାଯାଇଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *