ନାଲି ପାଣି ପିଇ ହେଲପର ଚଳାଉଛି ବସ୍

ନାଲି ପାଣି ପିଇ ହେଲପର ଚଳାଉଛି ବସ୍

ଫୋକସ ପ୍ଲସ 17/3/23(ବ୍ୟୁରୋ): ମଦ୍ୟପାନ କରି ଯାତ୍ରୀବାହୀ ବସ୍ ଚଲାଉଥିଲା ହେଲପର କୁ ଅଟକାଇ ପୋଲିସର ଜିମା ଦେଲେ ବସ୍ତା ଡ୍ରାଇଭର ସଂଘର କର୍ମକର୍ତ୍ତା, ସୁଚନା ଅନୁଯାୟୀ ଡ୍ରାଇଭର ମହାସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ ଚଳାଇଥିବା ବେଳେ ଏଥିରୁ ଯାତ୍ରୀବାହି ବସ୍ କୁ ବାଦ ଦିଆଯାଇଛି,ଏହାର ସୁଯୋଗ ନେଇ ବସ୍ ଚାଳକ ମାନେ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ବହୁ ଅଧିକ ଭଡ଼ା ନେଉଛନ୍ତି,ଆଉ ଏହି ଅର୍ଥରେ ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉଛନ୍ତି,ଯାହା ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନଂ ଜାତୀୟ ରାଜପଥ ଗାନ୍ଧୀ ଛକ ଠାରେ ଦେଖିବାକୁ ମିଳିଛି,ନୁରାନୀ ନାମକ ଏକ ଯାତ୍ରୀବାହୀ ବସକୁ ହେଲର୍ ମଦ୍ୟପାନ କରି ଚଳାଉଥିବା ବେଳେ‌ ବସଟି ଭାରସାମ୍ୟ ହରାଇ ଚାଲୁଥିବା ଦେଖି ଗାନ୍ଧୀ ଛକ ଠାରେ ଆନ୍ଦୋଳନ କରୁଥିବା ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ଅଟକାଇ ଥିଲେ, ହେଲପର ଜଣକ ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ‌ ଡ୍ରାଇଭର ଏବଂ କଣ୍ଡକ୍ଟର ମଦ୍ୟପାନ କରି ବସ୍ ପଛ ସିଟ୍ ରେ ବସିଥିଲେ,ତେବେ ବସରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଏମିତି ବସ୍ ଚାଲୁଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ, ସେମାନଙ୍କ ଭିତରୁ ୩ ଜଣ ସଂଜ୍ଞାହୀନ ହୋଇ ପଡ଼ିଥିଲେ, ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବସ୍ କୁ ଅଟକାଇ ପୋଲିସ କୁ ଖବର ଦେବା ସହିତ ସଂଜ୍ଞାହୀନ ଯାତ୍ରୀ ମାନଙ୍କୁ ଡାକ୍ତରଖାନାକୁ ପଠାଇଛନ୍ତି,ପୋଲିସ ପହଞ୍ଚି ଡ୍ରାଇଭର,ହେଲପର,ଓ କଣ୍ଡକ୍ଟର କୁ ଥାନାରେ ଅଟକ ରଖିବା ସହିତ ବସ କୁ ଜବତ କରିଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *