ଗର୍ଭସ୍ଥ ଶିଶୁର ବେଲୁନ୍ ଡାଏଲେସନ୍ କଲେ AIIMS ଡାକ୍ତର

ଗର୍ଭସ୍ଥ ଶିଶୁର ବେଲୁନ୍ ଡାଏଲେସନ୍ କଲେ AIIMS ଡାକ୍ତର

ଫୋକସ ପ୍ଲସ 17/3/23(ବ୍ୟୁରୋ): ଦିଲ୍ଲୀ AIIMS ଡାକ୍ତରଙ୍କ କମାଲ୍ । ଗର୍ଭସ୍ଥ ଶିଶୁର କଲେ ସଫଳ ବେଲୁନ୍ ଡାଏଲେସନ୍ । ଏକ ଗର୍ଭସ୍ଥ ଶିଶୁର ଅଙ୍ଗୁର ଆକାରର ହୃଦୟରେ ବନ୍ଦ ଭଲଭ୍ କୁ ଖୋଲିବାରେ ସଫଳ ହୋଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ । ଏହି ପ୍ରକ୍ରିୟାକୁ ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ପ୍ରକ୍ରିୟାରେ କରାଯାଇଛି । ଏହି ଭଲଭ୍, ରକ୍ତ ହୃଦୟ ଆଡକୁ ଗଲାବେଳେ ଖୋଲିଥାଏ ଏବଂ ବିପରୀତ ଦିଗକୁ ଗଲେ ବନ୍ଦ ହୋଇଯାଏ । ହେଲେ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁର ଏହି ଭଲଭ ବନ୍ଦ ହୋଇ ଯାଇଥିଲା, ଯାହାକୁ ଡାକ୍ତରମାନେ ଖୋଲିବାରେ ସଫଳ ହୋଇଛନ୍ତି । ମାତ୍ର 90 ସେକେଣ୍ଡରେ ଏହି ପ୍ରକ୍ରିୟାକୁ ଶେଷ କରାଯାଇଛି । କାର୍ଡିଅଲୋଜି ଆଣ୍ଡ୍ କାର୍ଡିଆକ୍ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ସହାୟତାରେ ଏହି ପ୍ରକ୍ରିୟା ଶେଷ କରିଛି । ଡାକ୍ତରଙ୍କ କହିବା ଅନୁସାରେ, ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି । ଏମ୍ସ ଡାକ୍ତରଙ୍କ ଏହି ସଫଳତାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ମାଆ ଓ ଶିଶୁର ଆସୁ ଆରୋଗ୍ୟ କାମନା କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁର ହୃଦୟରେ ମାଆର ପେଟ ଦେଇ ଏକ ଛୁଞ୍ଚି ଭର୍ତ୍ତି କରାଯାଇଥିଲା । ତା’ପରେ ଏକ ବେଲୁନ୍ କ୍ୟାଥେଟର୍ ବ୍ୟବହାର କରି ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଅବରୋଧିତ ଭଲଭ୍‌କୁ ଖୋଲାଯାଇଥିଲା । ଏହି ପ୍ରକ୍ରିୟା ସଫଳତାର ସହ ସରିଛି । ଏହାପରେ ଶିଶୁର ହୃଦୟ ଠିକ୍ ଭାବରେ ବିକଶିତ ହୋଇପାରିବ ବୋଲି ଆଶା କରାଯାଉଛି । ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ କରାଯାଇଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *