ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ

ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ

ଫୋକସ ପ୍ଲସ 17/3/23(ବ୍ୟୁରୋ): ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ । ନେଲାଣି ୩୨୫ ଜୀବନ । ଫ୍ରେଡୀ ବାତ୍ୟାରେ ଛାରଖାର ମାଲୱି । ବାତ୍ୟା ତାଣ୍ଡବ ରଚୁଥିବା ବେଳେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବାତ୍ୟା ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ବର୍ତ୍ତମାନ ସୁଦ୍ଧା ୩୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକୀୟ ଦେଶ ମାଲଓ୍ବିର ଅନେକ ଅଞ୍ଚଳରେ ବାତ୍ୟା ଫ୍ରେଡି ତାଣ୍ଡବ ରଚିଛି । ଅନେକ ସ୍ଥାନରେ ରାସ୍ତା ଘାଟ ବୁଡି ରହିଥିବା ବେଳେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଜୀବନ ସହ ସଂଘର୍ଷ କରି ବଞ୍ଚୁଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପାହାଡକୁ ମାଟି ଆସି ଘରେ ପଶିଯାଇଥିବା ସୂଚନା ରହିଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଛି । ବାତ୍ୟା ଫ୍ରେଡୀ ପ୍ରଭାବରେ ମାଲୱିର ବ୍ଲେଣ୍ଟାୟର ସହର ଅଧିକ ପ୍ରଭାବିତ ହୋଇଛି ।ବିଶ୍ବ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, “ଦକ୍ଷିଣ ଗୋଲାର୍ଦ୍ଧରେ ଫ୍ରେଡୀ ସବୁଠାରୁ ବଡ ବାତ୍ୟା ଅଟେ । ଏହା ସବୁଠାରୁ ଦୀର୍ଘସ୍ଥାୟୀ ସାଇକ୍ଲୋନ ହେବ ବୋଲି ଅନୁମାନ କରାଯାଉଛି ।” ଭୟଙ୍କର ବାତ୍ୟା ଯୋଗୁଁ ମୋଜାମ୍ବି ସମ୍ପୁର୍ଣ୍ଣ ଭାବେ ଧ୍ବସଂ ହୋଇଯାଇଛି । ଅନ୍ୟପଟେ କ୍ବିଲିମେନର ଅନେକ ସ୍ଥାନରେ ଭୂସ୍ଖଳନ ହୋଇ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବା ବେଳେ ଆଜବେଷ୍ଟ ଉଡିଯାଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ମାଲଓ୍ବିର ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ବାତ୍ୟା ଫ୍ରେଡୀକୁ ବଳଯୋଗାଉଥିବା ନେଇ ବୈଜ୍ଞନିକମାନେ ମତ ପୋଷଣ କରିଛନ୍ତି । ଆଫ୍ରିକାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ମଧ୍ୟରୁ ଫ୍ରେଡୀ ସବୁଠାରୁ ଭୟଙ୍କର ବୋଲି କୁହାଯାଇଛି । ମୋଜାମ୍ବିକ୍ୟୁର ଜାମ୍ବେଜିଆରେ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନବରତ ଭାବେ ବର୍ଷା ଲାଗି ରହିଥିବା କାରଣରୁ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *