ଆପଣ କେବେ ରୂପା ଚପଲ ପିନ୍ଧିଛନ୍ତି କି ?

ଆପଣ କେବେ ରୂପା ଚପଲ ପିନ୍ଧିଛନ୍ତି କି ?

ଫୋକସ ପ୍ଲସ 18/3/23(ବ୍ୟୁରୋ): ଦର୍ଶକ ବନ୍ଧୁ ଆପଣ କେବେ ରୂପା ଚପଲ ଦେଖିଛନ୍ତି କି? ନା ରୂପାର ଚପଲ କେବେ ପିନ୍ଧିଛନ୍ତି ? ତେବେ ମାର୍କେଟକୁ ଏବେ ନୂଆ କରି ରୁପାର ଚପଲ ଆସିଛି |ଏହି ଚପଲକୁ ଚାହିଁଲେ ଆପଣ ମଧ୍ୟ କିଣିପାରିବେ । ଦର୍ଶକ ବନ୍ଧୁ ଆପଣ ମାନେ ଭାବୁଥିବେ ଯେ ରୂପା ଚପଲକୁ କେମିତି ପିନ୍ଧାଯିବ ? ଥରେ ଭାବନ୍ତୁ, ଯେ ଯଦି ଆପଣଙ୍କୁ କେହି ରୂପା ଚପଲ ପିନ୍ଧିବାକୁ କହିବେ ତେବେ ଆପଣଙ୍କୁ କିପରି ଅନୁଭବ ହେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବର୍ତ୍ତମାନ ମାର୍କେଟରେ ରୂପାରେ ତିଆରି ସାଣ୍ଡାଲ ବିକ୍ରି ହେଉଛି। ପୁଣି ନୂଆ ନୂଆ ଡିଜାଇନର ରୁପା ଚପଲ | ଦର୍ଶକ ବନ୍ଧୁ ଆପଣ ମାନେ ଦେବାଦେବୀଙ୍କୁ ରୂପା ଚପଲ ପିନ୍ଧିଥିବାର ଦେଖିଥିବେ | ଯଦି ଆପଣ କେବେ ଏଭଳି ଚପଲ ପିନ୍ଧିବାର ସୌଭାଗ୍ୟ ପାଆନ୍ତି, ତେବେ ଆପଣ ନିଜକୁ ନିଶ୍ଟିତ ଭାବେ ସ୍ୱତନ୍ତ୍ର ବୋଲି ମନେ କରିବେ। ତେବେ ଦର୍ଶକ ବନ୍ଧୁ ଆପଣ ଜାଣି ଖୁସି ହେବେ ଯେ ଏବେ ବଜାରରେ ସାଧାରଣ ଲୋକଙ୍କ ପାଇଁ ମଧ୍ଯ ରୂପାର ସାଣ୍ଡାଲ ଉପଲବ୍ଧ ହେଉଛି । ଜୋତା ଚମଡାରୁ ପ୍ରସ୍ତୁତ ହୁଏ ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ଚମଡ଼ାରେ ତିଆରି ହେଉଥିବାରୁ ଏହା ବେଶ ଆରାମଦାୟକ ମଧ୍ୟ। କିନ୍ତୁ ଆପଣ ଜାଣିଛନ୍ତି ଏବେ ମାର୍କେଟକୁ ଏକ ନୂଆ ଜୋତା ଆସିଛି। ଯାହାକି ସମ୍ପୂର୍ଣ୍ଣ ରୂପାରେ ତିଆରି ହୋଇଛି। କିନ୍ତୁ ଏହା ଆରାମ ଦାୟକ କି ନୁହେ ଆପଣ ପିନ୍ଧିଲା ପରେ ହିଁ ଅନୁଭବ କରିପାରିବେ | ଦର୍ଶକ ବନ୍ଧୁ ଚମଡା ଜୋତା ଖରା,ବର୍ଷା,ଶୀତ ସବୁ ସମୟରେ ଆପଣଙ୍କ ପାଦକୁ ସୁରକ୍ଷା ଦେଇଥାଏ। କୌଣସି ବି ସ୍ଥାନକୁ ଆପଣ ଯାତ୍ରା କରନ୍ତୁ ଆପଣଙ୍କ ସହ ଆପଣଙ୍କ ଜୋତା ସବୁଦିନ ଥାଏ। କହିବାକୁ ଗଲେ ଜୋତା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭାବେ ପରିଗଣିତ ହୋଇଛି। ସାଧାରଣତଃ ଜୋତା ଚମଡ଼ାରେ ତିଆରି ହୋଇଥାଏ। କିନ୍ତୁ ରୂପାରେ ପ୍ରସ୍ତୁତ ଜୋତା ଏବେ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଏକ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଭିଡ଼ିଓ ଓ ଫଟୋ ସେୟାର ହୋଇଛି। ଯେଉଁଥିରେ ବିବାହ ସିଜିନ ପାଇଁ ରୂପା ଜୋତା ବିକ୍ରି ହେଉଥିବାର ପ୍ରକାଶ ହୋଇଛି। ତେବେ ଏହି ରୁପା ଚପଲର ଦାମ ପାଖାପାଖି ୨୬,୦୦୦ଟଙ୍କା ରହିଛି ବୋଲି ଜଣା ପଡିଛି । କିନ୍ତୁ ଯଦି କେହି ଏହାକୁ ପ୍ରଥମ ଥର ପାଇଁ କିଣୁଛନ୍ତି ତାହେଲେ ତାଙ୍କୁ ମାତ୍ର ୪୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଜୋତା ପାଦକୁ ଆରାମଦାୟକ କି ନୁହେଁ ତାହା ପିନ୍ଧିବା ଲୋକ ଉପରେ ନିର୍ଭର କରେ।ମାତ୍ର ହିନ୍ଦୁ ପରମ୍ପରା ଅନୁଯାୟୀ ସୁନା ରୂପାକୁ ବେଶ ମୂଲ୍ୟବାନ ଧାତୁ ହିସାବରେ ଗଣନା କରାଯାଏ। ଏହା ପାଦରେ ପିନ୍ଧିବା ଅଶୁଭ ବୋଲି କିଛି ବ୍ୟକ୍ତି କହୁଛନ୍ତି |କିନ୍ତୁ ଏହା ଉପହାର ଉପଯୋଗୀ ହୋଇପାରିବ |

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *