ଦୁର୍ନୀତିର ମାଧ୍ୟମ ସାଜିଛି NGO

ଦୁର୍ନୀତିର ମାଧ୍ୟମ ସାଜିଛି NGO

ଫୋକସ ପ୍ଲସ 20/3/23(ବ୍ୟୁରୋ): କପ୍ତିପଦା ଉପଖଣ୍ଡର ରବର ଚାଷ ଦୁର୍ନୀତି ପରେ ଏବେ ସାମ୍ନାକୁ ଆସିଛି ଆମ୍ବଚାଷ ଦୁର୍ନୀତି । କପ୍ତିପଦା ଉପଖଣ୍ଡରେ ବିଭିନ୍ନ NGO ସଂସ୍ଥା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ଏଠାରେ ଦେଖିବାକୁ ମିଳୁଛି କାଗଜ କଲମରେ କାର୍ଯ୍ୟ । ସମସ୍ତ NGO ସଂସ୍ଥା କୁ ପରିଚାଳନା ଦାୟିତ୍ଵ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧିନରେ ଥିବାବେଳେ NGO ସଂସ୍ଥା ରେ ଚାଲିଛି ମହା ଦୁର୍ନୀତି । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ଶୋଭା NGO ମାଧ୍ୟମରେ ହୋଇଥିବା କାର୍ଯ୍ୟରେ ଦେଖିବାକୁ ମିଳିଛି ମହା ଘଟାଲା । ସୂଚନା ଆଇନ ରେ ଜଣା ଯାଇଛି ଯେ ଉଦଳା ବ୍ଲକ୍ ପାଇଁ ଶୋଭା NGO ନାମରେ ବାଡି ଯୋଜନାରେ ୩କୋଟି ୧୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ନାବାର୍ଡ ବ୍ୟୟ କରିଥିବା ବେଳେ ସେହି ଅର୍ଥ ଚଳୁ କରା ଯିବା ପରେ ଏବେ ଉଦ୍ୟାନ ବିଭାଗ ପକ୍ଷରୁ ସେହି ଶୋଭା NGO ମାଧ୍ୟମରେ ଲୋକଙ୍କ ନାମରେ ଆମ୍ବଚାଷ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦିଆ ଯାଇଛି । ମାତ୍ର ସେହି ସ୍ଥାନରେ କେବଳ ଅଛି ସୂଚନା ଫଳକ ଆମ୍ବଚାଷ ର କୌଣସି ନାମଗନ୍ଧ ନାହିଁ ।ଖୋଦ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧିନରେ ଏହି NGO ମାନେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ନୀତିରେ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ସାମିଲ୍ ରହିଥିବାର ଆଲୋଚନା ହେଉଛି ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *