ଆଉ ସହିପାରୁନୁ ବୋହୂର ଅତ୍ୟାଚାର

ଆଉ ସହିପାରୁନୁ ବୋହୂର ଅତ୍ୟାଚାର

ଫୋକସ ପ୍ଲସ 22/3/23(ବ୍ୟୁରୋ): ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମା ଆଉ ବାପା ଆଜିର ସମାଜରେ ନିଷ୍ଠୁର ଭାବରେ ଅତ୍ୟାଚାରିତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା ଗ୍ରାମରେ ।

ଦଦରା ଆଜବେଷ୍ଟସ ସାଙ୍ଗକୁ ବାଖରାଏ ଦରଭଙ୍ଗା ଘର । ସେଇଠି ରୁହନ୍ତି ୮୩ ବର୍ଷୀୟ ଶ୍ରୀଧର ବିଶ୍ଵାଳ ଓ ତାଙ୍କ ବୃଦ୍ଧା ପତ୍ନୀ ଝୁମଲତା ବିଶ୍ଵାଳ । ପାକଳ ବୟସ ସାଙ୍ଗକୁ ଧୋଡକା ଚମ , ଆଉ ଏପଟେ ଶ୍ରୀଧର କର୍କଟ ରୋଗରେ ପୀଡିତ । ପୁଅର ମୃତ୍ୟୁ ପରେ ବୋହୂ ମିତାଲି ବିଶ୍ଵାଳ ଏମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଅତ୍ୟାଚାର କରିବା ସହ ମାଡ଼ ମାରିବା କଥା ଶ୍ରୀଧର ଏବଂ ଝୁମଲତା କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି । ଏପରିକି ବୃଦ୍ଧ ବୟସରେ ବୋହୂ ସେମାନଙ୍କୁ ଖାଇବାକୁ ଗଣ୍ଡେ ନଦେଇ ଅଲଗା ମଧ୍ୟ କରିଦେଇଛି । ଅନ୍ୟପକ୍ଷରେ ଶ୍ରୀଧରଙ୍କ ବୟସ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ୫୦୦ ଟଙ୍କାରୁ ୭୦୦ କରାଯାଇ ପାରି ନାହିଁ । ସେହିପରି ଦୁଇଜଣଙ୍କୁ ୧୦ କିଗ୍ରା ଚାଉଳ ମିଳୁଥିବାରୁ ସେତିକିରେ ମାସେ ଚଳିବା ଅସମ୍ଭବ ବୋଲି ସେମାନେ କହିଛନ୍ତି । ସେମାନଙ୍କ କହିବା ମୁତାବକ ରୋଷେଇ ସମୟରେ ଟାଣ ଖରାରୁ ରକ୍ଷା ପାଇବାକୁ ତିଆରି କରିଥିବା ଏକ ଛୋଟ ଚାଳ ଘରକୁ ମିତାଲି ଭାଙ୍ଗିଦେବା ସହ ଅଟକେଇବାରୁ ସେମାନଙ୍କୁ ମାଡ଼ ମାରିଛି। ଅଧିକ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଚି ବୋହୂ । ଏନେଇ ଗାରୋଇ ଫାଣ୍ଡିରେ ଦୁଇ ବୃଦ୍ଧ ଓ ବୋହୂ ମିତାଲି ଲିଖିତ ଅଭିଯୋଗ କରିବା ପରେ ଉପଯୁକ୍ତ ତଦନ୍ତ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଦୁଇ ବୃଦ୍ଧଙ୍କୁ ନ୍ୟାୟ ମିଳିବ ଆଉ କେବେ ନାଉଗାଁ ବ୍ଲକ୍ ପ୍ରଶାସନ ଏମାନଙ୍କ ଉପରେ ଦୃଷ୍ଟି ଦେଉଛି ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *