ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହି ପରି ରୋଗ

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହି ପରି ରୋଗ

ଫୋକସ ପ୍ଲସ 26/3/23(ବ୍ୟୁରୋ): ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହି ପରି ରୋଗ |ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ।
ତେବେ ପିଲାଟି ଦିନରୁ ଆମକୁ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଥାଏ । କେହି ଏହାର ପ୍ରକୃତ କାରଣ ଜାଣି ନଥିଲେ ହିଁ  ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍‌ । ତେବେ କିଛି ଲୋକ ଦ୍ୱନ୍ଦରେ ପଡ଼ି ଯାଆନ୍ତି, ପ୍ରକୃତରେ ଠିଆ ହୋଇ ପାଣି ପଇବା ଉଚିତ୍‌ ନା ବସିକି ପାଣି ପିଇବା ଉଚିତ୍‌ ? କିନ୍ତୁ ପ୍ରାୟ ସମସ୍ତେ କୁହନ୍ତି ଯେ, ସର୍ବଦା ବସିକି ପାଣି ପିଇବା ଉଚିତ୍‌ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ? ଏବଂ ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀରରେ କଣ ପ୍ରଭାବ ପଡ଼ିଥାଏ.
ଡାକ୍ତରଙ୍କ କହିବା ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିରେ ଥିବା ମିନେରାଲ୍ସ ଗୁଡ଼ିକ ପାକସ୍ଥଳୀକୁ ଯାଇପାରେ ନାହିଁ । ଫଳରେ ବଦହ ଜମ , କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦେଖାଯାଇ ଥାଏ । ଏହା ଛଡ଼ା ଠିଆ ହୋଇ ପାଣି ପଇବା ଦ୍ୱାରା କିଡନୀ ଓ ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାସହ ଶରୀରରର ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନ ବ୍ୟାହତ ହୋଇଥାଏ । ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସ୍ଥି ସମସ୍ୟା ଦେଖାଯାଇପାରେ । ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇ ଆପଣଙ୍କୁ ଗୁରୁତର କରିପାରେ । ସେଥିପାଇଁ ଠିଆ ହୋଇ କିମ୍ବା ଚାଲିବା ସମୟରେ ପାଣି ପିଇବା ଉଚିତ୍‌ ନୁହେଁ ।
ତେବେ ଜାଣି ରଖନ୍ତୁ ସବୁବେଳେ ବସିକି ପାଣି ପଇବା ଉଚିତ୍‌ । ଏହାସହ ଯେତେବେଳେ ଆପଣ ପାଣି ପିଉଛନ୍ତି ଛୋଟ ଢୋକରେ ପାଣି ପିଅନ୍ତୁ । ଏବଂ ଶୀଘ୍ର ପାଣି ପିଇବା ଦ୍ୱାରା ଶରୀରରେ ପ୍ରଭାବ ପକାଇଥାଏ ତେଣୁ ଧୀରେ ଧୀରେ ପାଣି ପିଅନ୍ତୁ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ମଧ୍ୟ ସଠିକ୍‌ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ସର୍ବଦା ୪ ରୁ ୫ ଲିଟର ପାଣି ପିଇବା ଉଚିତ୍‌ । ଏହା ଶରୀରକୁ ହାଇଡ୍ରେଟେଡ୍‌ ରଖିବା ସହ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗକୁ ସୁସ୍ଥ ରଖିଥାଏ ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *