ପାଣି ବୁନ୍ଦାକ ପାଇଁ ସୁରୁବାଲି ନଇ ଭରସା !

ପାଣି ବୁନ୍ଦାକ ପାଇଁ ସୁରୁବାଲି ନଇ ଭରସା !

ଫୋକସ ପ୍ଲସ 27/3/23(ବ୍ୟୁରୋ): କେବଳ ଖରାଦିନ ନୁହଁ ଆଜ୍ଞା ସାରା ବର୍ଷ ପାଣି ପାଇଁ ସୁରୁବାଲି ନଇ ର ଚୁଆ ଉପରେ ନିର୍ଭର କରିଥାନ୍ତି ଏହି ଗାଁ ର ଲୋକେ l ଗାଁ ରେ ଅଛି ମାତ୍ର ଦୁଇଟି ନଳକୂଅ କିନ୍ତୁ ଗୋଟିଏ ନଳକୂପ ରୁ ଖରାପ ପାଣି ବାହାରୁ ଥିବା ବେଳେ ଅନ୍ୟ ନଳକୂପ କଥା ନ କହିବା ଭଲ ତାହା କେବେ ଠିକ ଭାବରେ ପାଣି ଆସୁ ନାହିଁ | ହଁ ଆଜ୍ଞା ଏମିତି ବି ଗାଁ ଅଛି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ଆମେ କହୁଚୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଭରତାପୁର ଗ୍ରାମପଞ୍ଚାୟତ ର ଚୁଡାପୁଦଡୁଗ ଗ୍ରାମର(ପୁରୁଣା ବସ୍ତି )ର କଥା | ବ୍ଲକ ଅଫିସ ର ମାତ୍ର ୧୭ କିଲୋମିଟର ଦୂରରେ ରହିଛି ଏହି ଗ୍ରାମ କିନ୍ତୁ ପ୍ରଶାସନ ର ନଜର ପଡି ନାହିଁ ଏହି ଗାଁ ଉପରେ |

ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକେ ସ୍ୱଚ୍ଛ ପାଣି ପିଇଵା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି l ପାଣି ବାହାନାରେ ରାଜକୋଷ ରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା l ତଥାପି ଲୋକେ ପାଣି ବୁନ୍ଦାଏ ପାଇଁ ହେଉଛନ୍ତି ଡହଳ ବିକଳ l ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ରେ କୋଟିକୋଟି ଟଙ୍କା ଖର୍ଚ ହୋଇ ଚାଲିଥିବା ଏକ ପାନୀୟ ପ୍ରକଳ୍ପ କାର୍ଯ୍ୟ ଆଜିକୁ ଆଠ ବର୍ଷ ହେବ ଅଧାରେ ବନ୍ଦ ହୋଇ ପଡିଛି l ଯାହା ଫଳରେ ଲୋକେ ନିକଟରେ ଥିବା ସୁରୁବାଲି ନାଳ କଡରେ ଚୁଆ ଖୋଳି ପାଣି ଆଣିଥାନ୍ତି l ଯାହାକୁ ନେଇ ଲୋକେ ସ୍ଥାନୀୟ ସରପଞ୍ଚ, ପ୍ରଶାସନ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବାରମ୍ବାର ଗୁହାରି କରି ମଧ୍ୟ କୌଣସି ସୁଫଳ ମିଳୁନାହିଁ | କିନ୍ତୁ ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି | ଚୁଡାପୁଦଡୁଗ ଗ୍ରାମର(ପୁରୁଣାସାହି)ରେ 45 ପରିବାର ରେ ଦୁଇଶହ ରୁ ଅଧିକ ଲୋକ ବାସ କରନ୍ତି l ଏହି ନଳକୂପ ପାଣି ପିଇ ଗ୍ରାମର ଅନେକ ଲୋକ କୀଡୀନ ଭଳି ରୋଗ ରେ ଆକ୍ରାନ୍ତ ହୋଇ ମୃତୁ ମୁଖରେ ପଡିଲେଣି l ବର୍ଷା ସମୟରେ ପାଣିପାଇଁ ଯାଇଥିବା ବେଳେ ଦୁଇ ଜଣ ଶିଶୁ ର ମଧ୍ୟ ନାଳ ପାଣିରେ ବୁଡି ଯାଇଥିଲେ l ତଥାପି ସରକାରଙ୍କ ଆନ୍ତରିକତା ଆସୁନାହିଁ ଏହି ଗାଁ ପ୍ରତି l ନିର୍ବାଚନ ସମୟରେ ମହାନଦୀ ରୁ ପାଣି ପାଇବେ ବୋଲି ଘୋଷଣା କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ l ପାଇପ ଆସି ଗଦା ବି ହେଲା | କିନ୍ତୁ କେବେ ଲୋକେ ପାଣି ପାଇବେ ତାହା ଦେଖିବାକୁ ବାକି ରହିଲା |

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *