ମହାନଗର ନିଗମରେ ଚାଲିଛି ଅଫିସର ଏବଂ ମେୟର ରାଜ ,ଜାଣି ପାରୁନାହାନ୍ତି କର୍ପୋରେଟର

ମହାନଗର ନିଗମରେ ଚାଲିଛି ଅଫିସର ଏବଂ ମେୟର ରାଜ ,ଜାଣି ପାରୁନାହାନ୍ତି କର୍ପୋରେଟର

ଫୋକସ ପ୍ଲସ 30/3/23(ବ୍ୟୁରୋ): ନିଗମର ପ୍ରି ବଜେଟ ଅଧିବେଶନରେ ସାମିଲ ନ କରାଯିବା ନେଇ ଆଜି ଆଗତ ବଜେଟ ଅଧିବେଶନରେ ବିରୋଧ ହୋ ହାଲା କରି ଅସନ୍ତୋଷ ଜାହିର କରିଛନ୍ତି କର୍ପୋରେଟରଗଣ।

ଆଜି ୨୦୨୩-୨୪ ବଜେଟ ଅଧିବେଶନ ପାଇଁ ବ୍ରହ୍ମପୁର ମହାନଗର ନିଗମରେ ବଜେଟ ଅଧିବେଶନ ହୋଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୬ଶହ କୋଟି ଆୟ ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଏଥିରେ ବିଭିନ୍ନ ଉର୍ଣ୍ଣତି ମୂଳକ ଯୋଜନା ସାମିଲ ହୋଇଥିଲା ।

କିନ୍ତୁ ପ୍ରି ବଜେଟରେ କର୍ପୋରେଟରମାନେ ନିଜ ଅଞ୍ଚଳରେ ଉର୍ଣ୍ଣତିମୂଳକ କାମ ପାଇଁ ପ୍ରସ୍ତାବ ରଖିବା ଅଧିକାର କ୍ଷର୍ଣ୍ଣ ହୋଇଥିବା ନେଇ ଆଜି ପ୍ରସ୍ତାବିତ ୨୦୨୩-୨୪ ବଜେଟ ଅଧିବେଶନ ବେଳେହୋହାଲା କରିଥିଲେ । ଏବଂ ସିଧାସଳଖ ନିଗମ ମେୟରଙ୍କ ଆଗରେ ବିରୋଧ ପ୍ରକାଶ କରିଥିଲେ। ଏବଂ ଆଗାମୀ ଦିନରେ ଏହା ନିଗମ ପାଇଁ ଅସୁବିଧା ହେବ ଏବଂ ବ୍ରହ୍ମପୁର ସହରର ଉର୍ଣ୍ଣତରେ କର୍ପୋରେଟର ଓ ପ୍ରଶାସନିକ ବ୍ୟବସ୍ଥାର ସହଭାଗିତାରେ ସହରର ସମଗ୍ରୀକ ବିକାଶ ହେବ ବୋଲି ବହୁ କର୍ପୋରେଟର ମତ ରଖିଥିଲେ। ଅନ୍ୟପକ୍ଷରେ ଆଗତ ବଜେଟରେ କର୍ପୋରେଟର ନିଜ ନିଜ ଅଞ୍ଚଳରେ ଉର୍ଣ୍ଣତମୂଳକ କାମର ପ୍ରସ୍ତାବ ରଖି ପାରିବେ ବୋଲି କହିଛନ୍ତି ମେୟର। ହେଲେ ଆଜିର ଅଧିବେଶନରେ ସହର ବିକାଶରେ ବିଏମସି ପ୍ରଶାସନ ଓ ନିର୍ବାଚତ କର୍ପୋରେଟରଙ୍କ ସମନ୍ୱୟ କିଭଳି ରହୁଛି ତାହା ପଦାରେ ପଡିଲା। ଏବଂ ସହରର ବିକାସରେ ମେୟରଙ୍କ ଅଗୋଚରରେ କିଭଳି ନିଷ୍ପତ୍ତି ନିଆଯାଉଛି ଓ ବ୍ରହ୍ମପୁର ମେୟର କଣ କାଗଜ କଲମରେ ସୀମିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *